ଛତ୍ରପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ନେଲେ ପ୍ରସନ୍ନ କୁମାର ଦାଶ ।

0 89

ଛତ୍ରପୁର,୨୧/୧୦ : ଛତ୍ରପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସୋମବାର ପ୍ରସନ୍ନ କୁମାର ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି ।ପୂର୍ବରୁ ସେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଏନ୍ଏସି ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଥିଲେ । ଗଞ୍ଜାମ ଜିଲ୍ଲାର ସଦର ମହକୁମା ହୋଇଥିବାରୁ ଏହାର ଗୁରୁତ୍ୱ ଅଧିକ ରହିଛି । ଏଠି ଯାହା ହୁଏ ପରେ ଓଡିଶାରେ ତାହା କରାଯାଏ । ଏବେ ଲୋକଙ୍କ ଅଭିଯୋଗ ମୁଖ୍ୟ ଫୋକସ ରହିବ । ସହରରେ ଯେଉଁ ସବୁ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି ତାହା ସମ୍ପୂର୍ଣ କରାଯିବ । ଛତ୍ରପୁର ଏନ୍ଏସିର ପରିମଳ,ସ୍ୱଛତା ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି । ଆଜି ସେ କାର୍ଯ୍ୟରେ ଯୋଗ ଦେବା ପରେ କାର୍ଯ୍ୟାଳୟର କର୍ମଚାରୀ ମାନେ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।

Leave A Reply

Your email address will not be published.