ବେଲଗୁଣ୍ଠା, ୨୫୵୦୯(ପିପିଟି):ବେଲଗୁଣ୍ଠା ନିକଟସ୍ଥ ଲୁଣିଝୋଳା ଗ୍ରାମର. ମୂରଲୀ ନାୟକ ନିଜ ବାଡ଼ିରେ କିଛି ବାଡ଼ି ପୋଟଳ ଗଛ ଲଗାଇଥିବା ବେଳେ ଆଜି ସେ ଆଠଟି ପୋଟଳ ତୋଳିଥିଲେ । ସତ୍ୟ କୁମାର ନାୟକ ନାମକ ଜନୈକ ବ୍ୟକ୍ତି ମୂରଲୀ ନାୟକଙ୍କ ବାଡ଼ିରୁ ଏକ ଆଶ୍ଚର୍ଯ୍ୟଜନକ ବାଡ଼ି ପୋଟଳ ବେଲଗୁଣ୍ଠାକୁ ଆଣିଥିଲେ । ପୋଟଳଟିର ଲମ୍ୱ ପ୍ରାୟ ଛଅ ଫୁଟ ରହିଥିବା ବେଳେ ତାହାର ଓଜନ ବାରଶହ ଗ୍ରାମ୍ ରହିଥିଲା । ପୋଟଳଟି ଏତେ ଲମ୍ବ ହୋଇଥିବା ଯୋଗୁଁ ପୋଟଳଟିକୁ ଦେଖିବା ପାଇଁ ଲୋକ ରୁଣ୍ଡ ହୋଇଯାଇଥିଲେ । ତେବେ ହାଇବ୍ରିଡ଼ ପୋଟଳ ବିହନ ଆଣି ବାଡ଼ିରେ ଲଗାଇଥିବା ଯୋଗୁଁ ନିଜ ବାଡ଼ିରେ ଚାଳିଶିରୁ ପଚାଶଟି ଏହି ପ୍ରକାର ଲମ୍ବା ପୋଟଳ ଫଳିଥିବା ମୂରଲୀ ପ୍ରକାଶ କରିଥିଲେ ।
ରିପୋର୍ଟ-ସୁଶାନ୍ତ କୁମାର ବେହେରା