ଚୋରୀ ମୋବାଇଲ ବିକ୍ରି ଅଭିଯୋଗ ରେ ଜଣେ ଗିରଫ; ମୋବାଇଲ, ବନ୍ଧୁକ ଜବତ ।

0 211

ଭଞ୍ଜନଗର, ୧୪/୧୦(ପିପିଟି): ଚୋରୀ ମୋବାଇଲ ବିକ୍ରି କରିବା ଅଭିଯୋଗରେ ଆଜି ଭଞ୍ଜନଗର ପୁଲିସ୍ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଭଗବାନ ପୂଜାରୀ ପ୍ରକାଶ କରିଛନ୍ତି। ଥାନା ଅଧୀନ ଜାମପଲ୍ଳୀ କନ୍ଧସାହିର ଏମ୍ ମାରିଆ ବେଆଇନ ଭାବେ ଚୋରୀ ମୋବାଇଲ ରଖିବା ଅଭିଯୋଗରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତା ନିକଟରୁ ବିଭିନ୍ନ ନାମୀଦାମୀ କମ୍ପାନୀର ୨୪ଟି ଦାମୀ ମୋବାଇଲ,ଗୋଟିଏ ଦେଶୀ ବନ୍ଧୁକ ସହ ଗୋଟିଏ ବ୍ୟାଗ୍ ଜବତ ହୋଇଥିବା ସେ ପ୍ରକାଶ କରିଛନ୍ତି। ଏନେଇ ଏସ୍ଆଇ କେଶବ ଷଢଙ୍ଗୀଙ୍କ ଏତଲାକ୍ରମେ କେସ୍ ନମ୍ବର ୯୫୭ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ମାରିଆ ଏବଂ ତାର ପୁଅ କିଛି ଚୋରଙ୍କ ସହାୟତାରେ ବିଭିନ୍ନ ସ୍ଥାନରେ ଚୋରୀ କରିବା ପରେ ଘରେ ଆଣି ତାକୁ ରଖୁଥିଲେ ଏହାପରେ ରାଜ୍ୟ ବାହାରେ ବିଶାଖାପାଟଣା,ହାଇଦ୍ରାବାଦ ସମେତ ବିଭିନ୍ନ ବଡ ସହରରେ ତାକୁ ନେଇ ବିକ୍ରି କରୁଥିବା ଥାନା ଅଧିକାରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

ରିପୋର୍ଟ୍ -(ଜୟକୃଷ୍ଣ ପଟ୍ଟନାୟକ)

Leave A Reply

Your email address will not be published.