ଚୋରା ଗଞ୍ଜେଇ ଚାଲାଣ; ଲଷ୍ମୀ ବସ କର୍ମଚାରୀ ସମେତ ୪ଗିରଫ ।

0 284

ଭଞ୍ଜନଗର, ୨୩/୦୫(ପିପିଟି) : ଗତ ଗୁରୁବାର ଦିନ ପ୍ରାୟ ୧୨.୩୦ ସମୟରେ ଏସ୍.ଆଇ ଲକ୍ଷ୍ମୀଧର ମହାନ୍ତି ଅନ୍ୟ ପୋଲିସ କର୍ମଚାରୀଙ୍କ ସହିତ ମୁଜାଗଡ ଅଞ୍ଚଳରେ ଦିନ ପାଟ୍ରୋଲିଂ ଡ୍ୟୁଟି କରୁଥିବା ସମୟରେ, ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇଲେ ଯେ, ନିଧିଆପଲ୍ଲୀ ଛକ ରେଷ୍ଟ ସେଡ୍ ନିକଟରେ ତିନି ଜଣ ବ୍ୟକ୍ତି ଦୁଇଟି ଜରି ବ୍ୟାଗ୍ ସହିତ ସନ୍ଦେହଜନକ ଭାବରେ ଠିଆ ହୋଇଛନ୍ତି।ତୁରନ୍ତ ପୋଲିସ ଟିମ୍ ସେଠାରେ ପହଞ୍ଚିବାରୁ ସେହି ବ୍ୟକ୍ତିମାନେ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ଦଳ ସେମାନଙ୍କୁ ଦୁଇଟି ଜରି ବ୍ୟାଗ୍ ସହିତ ଧରିବାରେ ସକ୍ଷମ ହୋଇଥିଲେ। ବ୍ୟାଗ୍ ଯାଞ୍ଚ କରିବା ସମୟରେ ଉକ୍ତ ବ୍ୟାଗରୁ ଗଞ୍ଜେଇ ବାହାରିଥିଲା।ସେଥିରେ ପ୍ରାୟ ୨୬.୫୬୦ କିଲୋଗ୍ରାମ ଚୋରା ଗଞ୍ଜେଇ ଥିବା ଓଜନ କରିବାରେ ଜଣାପଡିଛି। ସୂଚନା ମୁତାବକ ସେମାନେ ଫୁଲବାଣୀ ପାର୍ଶ୍ୱରୁ ଉକ୍ତ ଗଞ୍ଜେଇକୁ ଏକ ମା’ ଲକ୍ଷ୍ମୀ ବସ୍‌ରେ ଭୁବନେଶ୍ୱର ଦେଇ କୋଲକାତାକୁ ପରିବହନ କରୁଥିଲେ ଏବଂ ଏଥିରେ ଜଗନ୍ନାଥ ପ୍ରସାଦ ଅଞ୍ଚଳର ଧର୍ମେନ୍ଦ୍ର ପଟ୍ଟନାୟକ ତାଙ୍କୁ ଉକ୍ତ ବସ୍‌ରେ ପରିବହନରେ ସହାୟତା କରିଛନ୍ତି।ତେଣୁ ଏଥିରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଶୁକ୍ରବାର କୋର୍ଟକୁ ପଠାଯାଇଛି।ସେମାନେ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ରାଜୁ ଶଙ୍କର, ଉତ୍ତମ କୁମାର ସିଂହ, ସମୀର କୁମାର ଦୁବେ ଏବଂ ଅନ୍ୟ ଜଣେ ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୂତିର ଧମେନ୍ଦ୍ର ପଟ୍ଟନାୟକ।ସେମାନଙ୍କ ଠାରୁ ଗଞ୍ଜେଇ ସହ ନଗଦ ୩,୪୦୦ଟଙ୍କା ଜବତ କରାଯାଇଛି।ଉକ୍ତ ଘଟଣାରେ ଭଞ୍ଜନଗର ଥାନାରେ କେସ ନଂ ୫୮୪/୨୫ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.