ଚୋରା ଖଣିଜ କାରବାରରେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନର ଲାଗିଲା କଠୋର ରୋକ୍ ।

0 0

ଭଞ୍ଜନଗର, ୨୪/୦୩(ପିପିଟି):ଭଞ୍ଜନଗର ଉପ ଜିଲ୍ଲାପାଳ ତଥା ଉପ-ଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ୍ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୧୬୩(୨) ଅନୁସାରେ ତୁରନ୍ତ ନିଷେଧାଜ୍ଞା ଜାରି କରିଛନ୍ତି। ବର୍ଷ ବର୍ଷ ଧରି ଅବୈଧ କାରବାର ଚାଲିଥିଲା। ବିନା ଅନୁମତିରେ ଖୋଳି ପକାଉଥିଲେ ମାଫିଆ। ବାଲି ଠାରୁ ମୋରମ, ପଥର କିଛି ବି ବାଦ୍ କରୁନଥିଲେ । ରାଜନୈତିକ ଛତ୍ର ଛାୟା ତଳେ ମାଫିଆ ଚଳାଉଥିଲେ ମାଟିଆ ସାମ୍ରାଜ୍ୟ। ଫଳରେ ମାସକୁ କୋଟି କୋଟି ଟଙ୍କା ସରକାରଙ୍କ ରାଜସ୍ୱ ହାନି ହୋଉଥିଲା । ଆଜି ପ୍ରଶାସନ ପକ୍ଷରୁ ନିଷେଧାଦେଶ ଜାରି ହୋଇଛି। ୭ ତହସିଲ ଅଧୀନରେ ସ୍ଥାନ ଚିହ୍ନଟ ହୋଇ କୌଣସି ପ୍ରକାରର ଖଣିଜ ଖନନ ଓ ପରିବହନ ଉପରେ ସମ୍ପୂର୍ଣ୍ଣ ରୋକ ଲଗା ଯାଇଛି। ଭଞ୍ଜନଗର ଉପଖଣ୍ଡ ଅଞ୍ଚଳରେ ଅବୈଧ ଲଘୁ ଖଣିଜ ଖନନ ଓ ପରିବହନ ଉପରେ କଡ଼ା କଟକଣା ଲାଗୁ ହୋଇଛି। ବିଏନଏସଏସର ଧାରା ୧୬୩ ଜାରି କରାଯାଇଛି।
ସୂଚନା ଅନୁସାରେ, ଭଞ୍ଜନଗର ଉପଖଣ୍ଡ ପ୍ରଶାସନ, ରାଜସ୍ବ ଓ ପୁଲିସ ବିଭାଗର ଏକ ମିଳିତ ତଦନ୍ତକାରୀ ଦଳ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ I
ଆସିକା, ଜଗନ୍ନାଥପ୍ରସାଦ, ସୋରଡ଼ା, ଶେରଗଡ଼,ବେଳଗୁଣ୍ଠା , ବୁଗୁଡ଼ା, ଧରାକୋଟ ତହସିଲର ଅନେକ ସ୍ଥାନରେ ବ୍ୟାପକ ଭାବେ ବାଲି, ପଥର ଓ ମୋରମ ଚୋରା ଚାଲାଣ ହେଉଥିବା ତଦନ୍ତରେ ଜଣା ପଡିଥିଲା। ଏହାଦ୍ୱାରା ସରକାର ରାଜସ୍ବ ହାନି ସହୁଥିଲା ବେଳେ ସ୍ଥାନୀୟ ଅଞ୍ଚଳରେ ସାଧାରଣ ଶୃଙ୍ଖଳା ବ୍ୟାହତ କରୁଥିବା ତଦନ୍ତକାରୀ ଦଳ ରିପୋର୍ଟ ଦେଇଥିଲେ। ଜିଲ୍ଲାରେ ଏହା ଦ୍ୱାରା ବଡ଼ ଧରଣର ଅଘଟଣର ସମ୍ଭାବନା ସୃଷ୍ଟି ହେଉଥିବା ନିର୍ଦ୍ଧିଷ୍ଟ ହୋଇଥିଲା। ଏହାକୁ ନେଇ ବିଭିନ୍ନ ସ୍ଥାନରେ ବେଆଇନ କାରବାର ଉପରେ ନିଷେଧାଜ୍ଞା ଜାରି ହୋଇଛି। ଆସିକା ତହସିଲ ଅଧୀନ କେନ୍ଦୂପଦର୍ ମୌଜାର ଖତା ନ. ୬୧୧, ପ୍ଲଟ- ୧୨୮୮,୧୨୮୯ ଓ ୨୪୯୨ ତଥା ଚେରମରିଆ ମୌଜାର ଖଟା ନ. ୩୦୩ ପ୍ଲଟ ୧୩୯୨ ରେ ବେଆଇନ ବାଲିଘାଟ,
ଜଗନ୍ନାଥପ୍ରସାଦ ତହସିଲ ଅଧୀନ ଚଢ଼ିଆପଲି ଓ ଗେରଡ। ମୌଜାର ଖାତା -୧୦୦୯ ପ୍ଳଟ – ୫୪୩, ଓ ପ୍ଲଟ -୬୮୨ ,ଖାତା -୧୪୬୨ ରେ ବେଆଇନ ବାଲିଘାଟ /ପଥର ଖଣି ଉପରେ ରୋକ ଲାଗିଛି। ସୋରଡ଼ା ତହସିଲ ଅଧୀନ ବି.କୋଟିବଡି ଓ ଖିଲବଡି ମୌଜା ର ଖାତା -୪୭୧ ପ୍ଲଟ -୧୨୯୪ ଓ ଖାତା -୩ , ପ୍ଲଟ -୩୪୨ ବେଆଇନ ବାଲିଘାଟ/ମୋରମ,ଶେରଗଡ଼ ତହସିଲ ଅଧୀନ ବ୍ରହ୍ମନଚାଇ , ତାନ୍ ହର ଓ ସନ୍ତସପୂର୍ ମୌଜାର ଖାତା -୭୦୨ ପ୍ଲଟ -୧୮୩୩ , ଖାତା -୪୦୨ , ପ୍ଲଟ -୨୩୬, ଖାତା -୪୧୭, ପ୍ଲଟ-୪୫ ବେଆଇନ ବାଲିଘାଟ ବୁଗୁଡ଼ା ତହସିଲ ଅଧୀନ କାନସୁକା ଖାତା -୫୪୦ ପ୍ଲଟ -୩୩୭ ବେଆଇନ ପଥର ଖଣି ,
ବେଳଗୁଣ୍ଠ। ତହସିଲ ଅଧୀନ ଥେଙ୍ଗଧର ମୌଜା ଖାତା -୨୯୪ ପ୍ଲଟ -୫୦୧ ବେଆଇନ ବାଲିଘାଟ
ଧରାକୋଟ ତହସିଲ ଅଧୀନ ମୁକ୍ତପୁଞ୍ଜି ମୌଜା ଖାତା -୧୯୮ ପ୍ଲଟ -୧୫୫୬ ବେଆଇନ ପଥର ଖଣି
ଆମ୍ବଦାବନ୍ ହିଲ ମୌଜା ଖାତା -୪୫, ପ୍ଲଟ -୧୨୭୩ ବେଆଇନ ପଥର ଖଣି, ଖରିଗୁମା ମୌଜା ଖାତା -୨୨୫, ପ୍ଲଟ -୭୨୪ ବେଆଇନ ବାଲିଘାଟ, ଲତାପାଲି ମୌଜା ଖାତା -୪୭, ପ୍ଲଟ -୪୭୬ ବେଆଇନ ପଥର ଖଣି , ସୀଙ୍ଗିପୁର ମୌଜା ଖାତା -୪୮୬, ପ୍ଲଟ-୫୧୩୪ ବେଆଇନ ବାଲିଘାଟ ଉପରେ ରୋକ ଲାଗିଛି।
ଏହି ସମସ୍ତ ଅଞ୍ଚଳରେ ବିନା ଅନୁମତିରେ କୌଣସି ପ୍ରକାରର ଖଣିଜ ଖନନ ଓ ପରିବହନ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି। ଏହି ଆଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ସମ୍ପୃକ୍ତ ତହସିଲଦାର, ପୁଲିସ ଏବଂ ଖଣି ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷେଧାଜ୍ଞାର କୌଣସି ପ୍ରକାର ଉଲଂଘନ କରାଯାଇଥିଲେ, ସମ୍ପୃକ୍ତ ବ୍ୟକ୍ତି ବା ଗୋଷ୍ଠୀ ବିରୁଦ୍ଧରେ ଆଇନ ଅନୁସାରେ କଠୋର ଦଣ୍ଡବିଧାନ ସହ ଫୌଜଦାରୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏସବୁ ଅଞ୍ଚଳରେ ସାଧାରଣ ଶୃଙ୍ଖଳା ବଜାୟ ରଖିବା ଓ ସରକାରୀ ସମ୍ପଦର ସୁରକ୍ଷା ନିମନ୍ତେ ସମସ୍ତଙ୍କୁ ପ୍ରଶାସନକୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।
(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.