ଚିଙ୍ଗୁଡିଖୋଲ ଉଚ୍ଚ ବିଦ୍ୟାଳୟରେ ଗଣିତ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

0 440

କୋଦଳା,୦୪/୦୨(ପିପିଟି):ବେଗୁନିଆପଡା ବ୍ଳକ୍ ଅନ୍ତର୍ଗତ ଚିଙ୍ଗୁଡିଖୋଲ ଉଚ୍ଚବିଦ୍ୟାଳୟର ଗଣିତ ଶିକ୍ଷକ ନାରାୟଣ ଶତପଥୀଙ୍କର ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶତପଥୀ ୧୨ ଜୁଲାଇ ୧୯୮୮ ମସିହାରେ ନିଯୁକ୍ତିହୋଇ ୩୧ ଜାନୁଆରୀ ୨୦୨୬ ରେ ଅବସର ଗ୍ରହଣ କରିଥିଲେ। ପ୍ରି ବୋର୍ଡ ପରୀକ୍ଷା ଚାଲିଥିବା ଯୋଗୁଁ ଆଜି ଉକ୍ତ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଉକ୍ତ ପଞ୍ଚାୟତର ସମିତିସଭ୍ୟ ଜିତେନ୍ଦ୍ର କୁମାର ଗୌଡ,ପରିଚାଳନା ସମିତିର ସଭ୍ୟ ଫକିରଚରଣ ରାଉତ, ପୂର୍ବତନ ଛାତ୍ର ସଞ୍ଜିବ କୁମାର ପ୍ରଧାନ ଯୋଗଦେଇଥିଲେ। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ସଭା କାର୍ଯ୍ୟ ସଭାପରିଚାଳନା କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ଦାସ ସଭାପତିତ୍ବ କରିଥିବା ବେଳେ ବଜ୍ଞାନ ଶିକ୍ଷକ ଅନ୍ତର୍ଯ୍ୟାମି ସ୍ବାଇଁଙ୍କ ସମେତ ଶିକ୍ଷା କର୍ମଚାରୀ ମାନେ ବିଦାୟ ସମ୍ଵର୍ଦ୍ଧନା ଜଣାଇଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.