ବଢିଛି ପୁସିଂକାର୍ଡ ର ଗୁରୁତ୍ବ, ଜମୁଛି ନିର୍ବାଚନ ପ୍ରଚାର।

0 113

ବୋଲଗଡ଼,୧୫/୦୫(ପିପିଟି): ଚଳିତ ସାଧାରଣ ନିର୍ବାଚନ ରେ ପାର୍ଥୀମାନେ ନିଜ ଅଞ୍ଚଳ ରେ ସଭା ଓ ଶୋଭାଯାତ୍ରା ସହିତ ଘରକୁ ଘର ବୁଲି ପ୍ରଚାର ରେ ମାତିଛନ୍ତି। ଫଳରେ ଚଳିତ ନିର୍ବାଚନରେ ବଡ ବଡ ପୋଷ୍ଟର ବ୍ୟାନର ବଦଳରେ କଲେଜ ନିର୍ବାଚନ ଢାଞ୍ଚାରେ ପୁସିଂ କାଡ୍ ଓ ଷ୍ଟିକର ଉପରେ ଗୁରୁତ୍ୱ ଦେବାର ଦେଖିବାକୁ ମିଳିଛି। ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ଏଇ ମାସ ୨୫ତାରିଖ ଦିନ ଭୋଟ ଗ୍ରହଣ ହେବାକୁ ଯାଉଥିବା ବେଳେ ପ୍ରଚାର ଶେଷ ହେବା କୁ ହାତ ଗଣତି କେତୋଟି ଦିନ ରହିଛି। ତେଣୁ ସବୁ ପାର୍ଥୀ ଏବେ ନିର୍ବାଚନ ପ୍ରଚାରକୁ ଜୋର ଦାର କରିଛନ୍ତି। ଖରା ଓ ଗରମକୁ ଖାତିର୍ ନକରି ପାର୍ଥୀ ମାନେ ନିଜ ନିଜ ସମର୍ଥକଙ୍କ ସହିତ ଘରକୁ ଘର ବୁଲି ପ୍ରଚାର କରିବାରେ ଲାଗିଛନ୍ତି ଏବଂ ଭୋଟରଙ୍କ ପାଇଁ ହାତରେ ପୁସିଂକାର୍ଡ ଧରି ଯାଉଛନ୍ତି। ଲୋକଙ୍କ ହାତରେ ନିଜର ପ୍ରଚାର ସାମଗ୍ରୀ ଧରାଇ ହାତ ଯୋଡି ଭୋଟ ଭିକ୍ଷା କରୁଛନ୍ତି। ତେବେ ପୂର୍ବରୁ ଯେଭଳି କାନ୍ଥ, ବାଡ ଓ ଗଛ ଆଦିରେ ବଡ ବଡ ପୋଷ୍ଟର ବ୍ୟାନର ଲାଗୁଥିଲା ଏବେ ସେତେ ପରିମାଣ ରେ ନ ଲାଗି ତା ବଦଳରେ ପାର୍ଥୀ ମାନେ ସୁନ୍ଦର ସୁନ୍ଦର ପୁସିଂକାର୍ଡ ଲୋକଙ୍କ ହାତରେ ଧରାଉଛନ୍ତି। କେତେକ ଏହାକୁ ଭୋଟରଙ୍କ କାନ୍ଥ କିମ୍ବା କବାଟରେ ଷ୍ଟିକର ଆକାରରେ ମାରୁଥିବାର ଲକ୍ଷ କରାଯାଇଛି। ତେଣୁ ଚଳିତ ନିର୍ବାଚନରେ ଏଭଳି ରଙ୍ଗ ବେରଙ୍ଗର କାର୍ଡର ଚାହିଦା ବଢିଥିବା ବେଳେ ପାର୍ଥୀ ମାନଙ୍କର ପୋଷ୍ଟର ବ୍ୟାନର ଖର୍ଚ୍ଚ କିଛିଟା ହ୍ରାସ ପାଇଛି। ପୋଷ୍ଟର ବ୍ୟାନର ଓ ଫ୍ଳେକ୍ସ ଆଦିରେ ଯେତେ ଖର୍ଚ୍ଚ ହେଉଥିଲା ତାଠାରୁ କମଖର୍ଚ୍ଚରେ ଭୋଟରଙ୍କ ମନକୁ ଛୁଇଁଲା ଭଳି ପୁସିଂକାର୍ଡ ବଣ୍ଟନ କରାଯାଉଛି। ଭୋଟର ମାନେ ମଧ୍ୟ ଏହାକୁ ସହଜରେ ନିଜ ପାଖରେ ରଖିପାରୁଛନ୍ତି। ଯାହା କି ପ୍ରଚାର ଓ ଭୋଟ ଭିକ୍ଷା ବେଳେ ପୁସିଂକାର୍ଡର ଗୁରୁତ୍ବ ବଢିଯାଇଥିବା ଦେଖି ବାକୁ ମିଳିଛି।

ରିପୋର୍ଟ-(ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.