ଚାଷ ଜମିକୁ ବାଟ ନମିଳିବାରୁ ତେଜୁଛି ଚାଷୀଙ୍କ ଅସନ୍ତୋଷ ।

0 246

ଖୋର୍ଦ୍ଧା,୨୦/୦୨: ଖୋର୍ଦ୍ଧା ତହସିଲ ଅଧିନସ୍ଥ ବରସାହି ମୋୖଜ଼ା ର ଦକ୍ଷିଣ ଦିଗରେ ଥିବା ପ୍ରାୟ ୧୯ଏକର ଚାଷ ଜମିକୁ ଜଣେ ବ୍ୟକ୍ତି ତାରବାଡ଼ କରିବା ଦ୍ୱାରା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ତାରବାଡ଼ ଦ୍ୱାରା ଜମିକୁ ଚାଷ ଉପକରଣ ହଳ,ଟ୍ରାକ୍ଟର,ପାୱାରଟିଲର ଆଦି ଯାଇପାରୁନି । ଏଥିଯୋଗୁ ଏହି ଜମି ପଡିଆ ପଡୁଥିବା ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ କ୍ଷତିଗସ୍ତ ଚାଷୀ ମାନେ ଅଭିଯୋଗ କରିଛନ୍ତି । ଜଣେ ବ୍ୟକ୍ତି ନିଜର କିଛି ଏକର ଚାଷ ଜମି କିଣିଥିବାବେଳେ ପାଖା ପାଖି ୧୯ ଏକର ଅନ୍ୟ ଚାଷୀଙ୍କ ଜମି ଏବଂ ଚାଷ ଜମିର ଚାରିପାଖରେ ଥିବା ସରକାରୀଜମିକୁ ମିଶାଇ ୩୨ ଏକର ରୁ ଉର୍ଦ୍ଧ୍ୱ ଜମିକୁ ବେଆଇନ ଭାବରେ ତାର ବାଡ଼ କରିଥିବା ଅଭିଯୋଗ ହେଇଛି । ତିନିବର୍ଷ ହେଲା ଏପରି ଆବଦ୍ଧ ହେବରୁ ସେଠାରେ ଚାଷ ଉପରେ ନିର୍ଭରକରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ଚଳୁଥିବା ଚାଷୀମାନେ ନିଜ ଜମିକୁ ଜାଇ ନପାରି ମୁଣ୍ଡରେ ହାତ ଦେଇ ବସିରହିଛନ୍ତି । ଏପରିକି ଜବରଦଖଲକାରୀଙ୍କ ପକ୍ଷରୁ ନିୟୋଜିତ ଅସାମାଜିକ ବ୍ୟକ୍ତିମାନେ ଅଧିକାଂଶ ସମୟରେ ତାରବାଡ଼ ଗୁଡିକୁ ବିଦ୍ୟୁତ କରେଣ୍ଟ ଚାର୍ଜ କରି ରଖୁଥିବାବେଳେ ଜଣେ ଚାଷୀ ସେଇବାଟ ଦେଇ ନିଜ ଯାଉଥିବା ସମୟରେ ବିଦ୍ୟୁତ କରେଣ୍ଟ ସଂଯୋଗ ତାରବାଡ଼ ସଂସ୍ପର୍ଶରେ ଆସି ଗୁରୁତର ଭାବେ ଆଘାତ ପାଇଛନ୍ତି । ସମ୍ପୃକ୍ତ ଜବରଦଖଲକାରି ବ୍ୟକ୍ତି ଜଣକ ଜମି ଚାରିପଟ ଆବଦ୍ଧ ତାରବାଡ଼ ଗୁଡିକ ରେ ବିଦ୍ୟୁତ କରେଣ୍ଟ ଏବଂ ବିଭିନ୍ନ ପ୍ରଜାତିର କୁକୁର ରଖି ଚାଷୀ ମାନଙ୍କୁ ଭୟଭିତ କରୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ଫଳରେ କ୍ଷତି ଗ୍ରସ୍ତ ଚାଷୀମାନେ ନିଜ ଚାଷ ଯିବା ପାଇଁ କୌଣସି ଚଲାବାଟ ନପାଇବାରୁ ଏ ସମ୍ପର୍କରେ ଖୋର୍ଦ୍ଧା ଜ଼ିଲ୍ଲାପାଳ, ଉପ-ଜ଼ିଲ୍ଲାପାଳ ଏବଂ ତହସିଲଦାରଙ୍କ ନିକଟରେ ଅଭିଯୋଗ ପୂର୍ବରୁ କରାଯାଇଛି । ଖୋର୍ଦ୍ଧା ତହସିଲଦାର ତାଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା, ୭୯୦୧,୨୮.୧୨. ୨୩ ମସିହାରେ ଏହି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ରାଜସ୍ବ ନିରୀକ୍ଷକ ପାଇକତିଗିରିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚାନ୍ଦପୁର ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଏବଂ ତହସିଲଦାର ଖୋର୍ଦ୍ଧାଙ୍କ ନିର୍ଦ୍ଦେଶ ପ୍ରକାରେ ଆର.ଆଇ. ପାଇକତିଗିରିଆ ଘଟଣା ଟିର ତଦନ୍ତ କରି ତାଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା- ୪୧୫, ତା-୫.୧.୨୦୨୪ ରେ ବରସାହି ମୋୖଜ଼ା ର ଖାତା ନଂ-୫୬୧ପ୍ଲଟ ନଂ -୧୭୩୨, ଏରିଆ-ଏ ୫. ୦୦୦,କିସମ -ପତିତ, ଖାତା ନଂ -୫୬୧ ପ୍ଲଟ ନଂ -୧୭୫୬, ଏରିଆ- ଏ .୧.୫୦୦, କିସମ -ପତିତ, ଖାତା ନଂ-୫୬୩(ରକ୍ଷିତ) ପ୍ଲଟନଂ -୧୬୯୬,ଏରିଆ-ଏ ୦.୬୦୦, କିସମ- ଗୋଚର, ସମୁଦାୟ-ଏ-୭.୧୦୦ ଜମିକୁ ଜୈନକ ବ୍ୟକ୍ତି ଜବର ଦଖଲ କରିଥିବା ନେଇ ତାଙ୍କ ପତ୍ରରେ ଉଲ୍ଲେଖ କରିବା ସହିତ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖୋର୍ଦ୍ଧା ତହସିଲଦାରଙ୍କୁ ସୁପାରିଶ କରିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ବଦଳରେ ରାଜସ୍ବ ବିଭାଗ ପକ୍ଷରୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ନେଇ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପକ୍ଷରୁ ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ।

Leave A Reply

Your email address will not be published.