ଚାଷୀ ମାନଙ୍କ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ।

0 206

ବୋଲଗଡ଼,୨୦/୦୯(ପିପିଟି): ବୋଲଗଡ ବ୍ଳକ ର ଚାଷୀ ମାନଙ୍କ ଦ୍ବାରା ୫ ଦଫା ଦାବିପତ୍ର ଆଜି ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଚାଷୀ ମାନେ ଦାବିପତ୍ର ପ୍ରଦାନ କରିଥିଲେ। ଚାଷୀ ମାନେ ପୂର୍ବ ରୁ ଅନେକ ଦାବି ପତ୍ର ପ୍ରଦାନ କରିଥିବା ତହସିଲଦାରଙ୍କୁ ଜଣାଇ ଥିଲେ। ଚାଷୀ ନେତା ପ୍ରକାଶ ଚନ୍ଦ୍ର ରାଉତରାୟ ଙ୍କ ନେତୃତ୍ୱରେ ୫୦ ରୁ ଉର୍ଦ୍ଧ ଚାଷୀ ଆଜି ବୋଲଗଡ ବ୍ଳକ ର ଜଳସେଚନ ବ୍ୟବସ୍ଥା ନେଇ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ। ଚାଷୀ ମାନଙ୍କ ମୂଖ୍ୟ ଦାବି ଗୁଡ଼ିକ ହେଲା (୧) ଅଚଳ ବୋରିଙ୍ଗ ଗୁଡିକ ସଚଳ କରିବା।(୨)ଇନସୁରାନ୍ସ କଂପାନୀ ର ମନମୂଖି କାଯ୍ୟ ଯୋଗୁ ଚାଷୀ ଇନସୁରାନ୍ସ ପାଇବାରୁ ବଞ୍ଚିତ ହେବା।(୩)କୋନାଲ ଗୁଡିକ ସଫା କରିବା ସହ ମରାମତି କରାଯିବା ସହ ପୁରୁଣା ବନ୍ଦ ଗୁଡିକ ପୂନହ କାର୍ଯ୍ୟକ୍ଷମ କରିବା।(୪)ବୋରିଙ୍ଗ ର ବିଜୁଳି ବିଲ ଚାଷୀ ମାନଙ୍କୁ ଛାଡ଼ କରିବା।(୫) ମରୁଡି ହେଉ କି ବାତ୍ୟା ହେଉ ଚାଷୀ ମାନଙ୍କୁ ତୁରନ୍ତ ତଦନ୍ତ କରି ଏକ ମାସ ଭିତରେ କ୍ଷତି ପୂରଣ ପ୍ରଦାନ କରିବା।ଏହି ୫ଗୋଟି ଦାବି ନେଇ ଚାଷୀ ପ୍ରକାଶ ଚନ୍ଦ୍ର ରାଉତରାୟ,ଅର୍ଜୁନ ଜେନା, ମାଗୁଣି ଚରଣ ସ୍ବାଇଁ, ମାନସିଂହ,ଡିହଖଉଋଣୀ ର ବେଲାଳ ସେନ,ରୂପିଆ ପଲେଇ, ବୋଲଗଡ ର ମୁନା ପରିଡ଼ା ଓ ଅନ୍ୟ ଚାଷୀ ମାନେ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ତୁରନ୍ତ ଜଳସେଚନ ର ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ଚାଷୀ ମାନେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବା ପାଇଁ ଚେତାବନୀ ଦେଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.