ଚାଷୀଙ୍କ ଅଗୋଚରରେ ଚାଲଛି ବିକଶିତ ସଂକଳ୍ପ ଅଭିଯାନ ।

0 224

ଆନନ୍ଦପୁର,୩୧/୦୫ : ମୃତିକା ଉର୍ବରାତା ଯାଞ୍ଚ ଠାରୁ ଆରମ୍ଭ କରି ବିଭିନ୍ନ ଚାଷ ସମ୍ପର୍କରେ ଚାଷୀ ମାନଙ୍କୁ ସଚେତନ କରିବା ସହିତ ଚାଷୀ ମାନଙ୍କୁ ଚାଷ ସମ୍ପର୍କିତ ସବୁପ୍ରକାର ସହାୟତା ଯୋଗାଇଦେବଲ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିକଶିତ ସଂକଳ୍ପ ଅଭିଯାନ ଆରମ୍ଭ କରାଯାଇଛି ଏହି ଯୋଜନାରେ କୃଷି ବିଭାଗକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇଦିଆଯାଇଥିବା ଏକ ସଚେତନତା ରଥ ସମସ୍ତ ବ୍ଲକର ଗ୍ରାମ ପଞ୍ଚାୟତ ପରିକ୍ରମା କରିବ ସହିତ ଏଥିରେ କୃଷି ଅଧିକାରୀ ମାନେ ଆବଶ୍ୟକ ସ୍ଥଳେ ଉପସ୍ଥିତ ରହି କୃଷି ଓ କୃଷକ ମାନଙ୍କୁ ସେମାଙ୍କର ଅସୁବିଧା ବୁଝି ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ରହିଛି, ତେବେ ଗତ କାଲି ଏ ସଚେତନତା ରଥ ଆନନ୍ଦପୁର ରେ ପହଞ୍ଚି ଥିଲେ ମଧ୍ୟ୍ୟ ଘସିପୁରା ବ୍ଲକ ରେ ବୁଲିବାର ନିର୍ଦ୍ଦେଶ ଥିଲା ତେବେ ଏ ସମ୍ପର୍କରେ କାହାକୁ କୌଣସି ସୂଚନା ଦିଅ ନ ଯାଇ ଘସିପୁରା ବ୍ଲକ ଗୋଟିଏ ଦୁଇଟି ସ୍ଥାନରେ ଏହି ରଥକୁ ବୁଲାଇ ଫେରାଇଦିଅ ଯାଇଛି, ଆଜି ଏ ସମ୍ପର୍କରେ ବ୍ଲକର ଚାଷୀ ମାନେ ଜାଣିବା ପରେ ଦାଇତ୍ୱରେ ଥିବା କୃଷି ବିଭାଗ ଉପରେ ତୀବ୍ର ଆସନ୍ତୋଷ ପ୍ରକାଶ କରିବା ସହିତ ଏହାର ପ୍ରତିବାଦରେ କୃଷି ବିଭାଗ କାର୍ଯ୍ୟଳୟ ଘେରିବେ ବୋଲି ଯୋଜନା କରୁଥିବା ଜଣାପଡିଛି ଘସିପୁରା ବ୍ଲକର ଜଣେ ଜଣାଶୁଣା ଚାଷୀ ତଥା ବରିଷ୍ଠ ବିଜେପି ନେତା ବ୍ରହ୍ମ ନନ୍ଦ ପଟ୍ଟନାୟକ କହିବାନୁଯାଇ ଘସିପୁରା ବ୍ଲକର କୃଷକ ମାନଙ୍କୁ କୃଷିବିଭାଗ ଅବହେଳା କରିଚାଲିଛି ଚାଷୀ ମାନଙ୍କୁ ସରକାରଙ୍କର ଯୋଜନା ସମ୍ପର୍କରେ କୌଣସି ସୂଚନା ଦିଆଯାଉନଥିବା ବେଳେ କୃଷି ଅଧିକାରୀ ମାନେ ଅଫିସ ରୂ ବାହାରକୁ ବାହାରୁ ନାହାଁନ୍ତି ।

Leave A Reply

Your email address will not be published.