ଚାଲିଛି ବିବାହ ଋତୁ, ଭଞ୍ଜନଗର ଠାରେ ସୋନିର କର୍ମଶାଳା ।

0 212

ଭଞ୍ଜନଗର, ୧୦/୧୧(ପିପିଟି ):ଘୁମୁସର ଫୋଟଗ୍ରାଫର ଆସୋସିଏସନ ତରଫରୁ ଭଞ୍ଜନଗର ସ୍ଥିତ ଓଟିଡିସି ପାନ୍ଥ ନିବାସ ଠାରେ ସୋନି କମ୍ପାନୀର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ଅଧିକ୍ଷକ ଡ଼ା ସିତାଂଶୁ ଶେଖର ଶତପଥୀ,ସମ୍ମାନିତ ଅତିଥି ଭାବେ ସୋନିର ସେଲସ ମ୍ୟାନେଜର ସିଦ୍ଧାର୍ଥ ପଟ୍ଟନାୟକ, ସୁଶାନ୍ତ କୁମାର ପ୍ରଧାନ, ସମ ରଞ୍ଜନ ମହାନ୍ତି, ମେଣ୍ଟର ସରୋଜ ଦୋରା, ମଡେଲ ବୈଶାଳୀ ମହାପାତ୍ର ଓ ଜିପିଏ ସଭାପତି ଜୟକୃଷ୍ଣ ପଟ୍ଟନାୟକ ଯୋଗ ଦେଇଥିଲେ।ଅନୀଲ ବିଷୋୟୀ ସଭକାର୍ଯ୍ୟ ପରିଚାଳନା କରିଥିଲେ।ଦିନକୁ ଦିନ ନୂତନ ଜ୍ଞାନ କୌଶଳରେ ଫୋଟ ଭିଡ଼ିଓ ସୁଟ କରି ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୋନି କମ୍ପାନୀ ବିଭିନ୍ନ ପ୍ରକାର କ୍ୟାମେରା ପ୍ରସ୍ତୁତ କରି ବଜାରକୁ ଛାଡ଼ିଛି।ସେସବୁ ନୂତନ ମଡେଲର କ୍ୟାମେରାକୁ ସଠିକ ଭାବେ ବ୍ୟବହାର କରି ଯେକୌଣସି ପରିସ୍ଥିତିରେ କିପରି ଗ୍ରାହକଙ୍କ ସ୍ମୃତିକୁ ଅଧିକ ଆକର୍ଷଣୀୟ କରିହେବ ଏବଂ କ୍ୟାମେରାମ୍ୟାନ ମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିପାରିବେ ସେସମ୍ପର୍କରେ ଆଲୋଚନା ହୋଇଥିଲା।ଜିପିଏ’ର ସଦସ୍ୟମାନେ ପରୀକ୍ଷାମୂଳକ ଭାବେ ମଡେଲ ବୈଶାଳୀଙ୍କୁ ନେଇ ବିଭିନ୍ନ ଢଙ୍ଗରେ ତାଙ୍କର ଫୋଟ ଓ ଭିଡ଼ିଓ ସୁଟ କରିଥିଲେ।ସମସ୍ତେ ଏହି କର୍ମଶାଳା ଦ୍ୱାରା ତାଲିମ ଗ୍ରହଣ କରି ଚଳିତ ବିବାହ ଋତୁରେ ଭଲ ବ୍ୟବସାୟ ଆଶା କରିଛନ୍ତି।ଏଥିରେ ଜିପିଏ ଉପଦେଷ୍ଟା ବିରଞ୍ଚି ପ୍ରସାଦ ମିଶ୍ର, ସଂଗ୍ରାମ ସ୍ୱାଇଁ, ସମୀର ବେହେରାଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।ଏଥିରେ ଭଞ୍ଜନଗର,ଜଗନ୍ନାଥ ପ୍ରସାଦ, ସୋରଡ଼ା,ଗାଙ୍ଗ ପୁର,କୁଲାଡ଼ ଆଦି ଅଞ୍ଚଳର ପ୍ରାୟ ୫୦ଜଣ ସଦସ୍ୟ ଉପସ୍ଥିତ ଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.