ଚାରି ଦଫା ଥିବି ନେଇ କଂଗ୍ରେସ ତରଫରୁ ୧୨ ଘଣ୍ଟିଆ ବନ୍ଦ ।

0 200

ମାଲକାନଗିରି,୨୫/୦୩(ପିପିଟି):ଚାରି ଦଫା ଦାବି ନେଇ ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ କରାଯାଇଛି। ୪ ଦଫା ଦାବି ଗୁଡିକ ହେଲା ଧାନମଣ୍ଡି ଆରମ୍ଭ ହୋଇ ଆଜକୁ ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ବହୁ ଚାଷୀଙ୍କ ଧାନମଣ୍ଡିରେ ପଡ଼ିରହିଛି। ଏତଦ୍‌ବ୍ୟତୀତ ବହୁ ଚାଷୀଙ୍କ ଟୋକନ ଆସିବା ସତ୍ତ୍ୱେ ସରକାର ଧାନ ଖରିଦ କରି ନ ଥିବାରୁ ଉକ୍ତ ଟୋକନର ସମୟସୀମା ମଧ୍ୟ ସରିଯାଇଛି। ବର୍ତ୍ତମାନ ଅଦିନିଆ ବର୍ଷା ଯୋଗୁ ବହୁଚାଷୀଙ୍କ ଧାନ ନଷ୍ଟ ହେବାରେ ଲାଗିଛି। ତେଣୁ ଚାଷୀମାନଙ୍କୁ ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ପ୍ରଦାନ, ମଣ୍ଡିରୁ ସମସ୍ତ ଧାନ ସରକାର ଖରିଦ କରିବା ପାଇଁ ଦାବି ହୋଇଛି।
ସେହିପରି ବର୍ତ୍ତମାନ ଜିଲାକୁ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଗ୍ୟାସ ସିଲିଣ୍ଡରର ଅଭାବ ଦେଖିବାକୁ ମିଳିଛି। ଯାହାଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ତୁରନ୍ତ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଗ୍ୟାସ ସିଲିଣ୍ଡର ଯୋଗାଇ ଦିବାଯିବାକୁ ଦାବି ହେଉଛି। ସରକାର ଚାଷୀମାନଙ୍କ ଖାଲି ବସ୍ତା ବାବଦକୁ ଟଙ୍କା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଆଜକୁ ତିନିବର୍ଷ ବିତି ଯାଇଥିଲେ ମଧ୍ୟ ଖାଲି ବସ୍ତା ବାବଦକୁ ଚାଷୀଙ୍କୁ ବକେୟା ଟଙ୍କା ଯୋଗାଇ ଦିଆଯାଇନାହିଁ। ତେଣୁ ତୁରନ୍ତ ୩ ବର୍ଷର ଖାଲିବସ୍ତା ବାବଦକୁ ବକେୟା ଟଙ୍କା ଯୋଗାଇଦେବାକୁ ଦାବି କରାଯାଇଛି। ତେବେ ଆଜିର ଏହି ୧୨ ଘଣ୍ଟିଆ ବନ୍ଦ ପାଳନ ଯୋଗୁ ଜିଲାର ସମସ୍ତ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଦୋକାନ ବଜାର ଓ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଯାହାଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଆଜିର ଏହି ବନ୍ଦ ପାଳନରେ ଜିଲା କଂଗ୍ରେସ କମିଟି ସଭାପତି ଜି. ଶ୍ରୀନିବାସ ରାଓ, ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର, କଂଗ୍ରେସ ବରିଷ୍ଠ କର୍ମୀ ପ୍ରଭାକର ପାଳ, ପି. କେଶୁ ରାଓ, ପର୍ଶୁରାମ ଭକ୍ତ, ପ୍ରାଣକୃଷ୍ଣ ମଣ୍ଡଳଙ୍କ ସହ ବହୁ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରି ବନ୍ଦକୁ ସଫଳ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.