ଚାନ୍ଦବାଲି ଶ୍ରୀକୃଷ୍ଣ ସାଂସ୍କୃତିକ ପରିଷଦ ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳନ।

0 166

ଚାନ୍ଦବାଲି,୨୪/୧୦: ଚାନ୍ଦବାଲି ଶ୍ରୀକୃଷ୍ଣ ସାଂସ୍କୃତିକ ପରିଷଦ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଦୁର୍ଗା ପଡିଆ ଠାରେ ରୌପ୍ୟ ଜୟନ୍ତୀ ପାଳନ କରାଯାଇଛି।୨୦୦୦ ମସିହାରେ ଆରମ୍ବ ଏ ଅନୁଷ୍ଠାନ ପ୍ରତିବର୍ଷ ଗିରି ଗୋବର୍ଦ୍ଧନ ପୂଜା ସମୟରେ ଯାତ୍ରା ପରିବେଷଣ କରି ଆଜି ଆସି ଏହାର ୨୫ ତମ ବର୍ଷ ପୂର୍ତ୍ତି ଅବସରରେ ଏକ ରୌପ୍ୟ ଜୟନ୍ତୀ ପାଳନ କରିବା ର ପରିକଳ୍ପନା କରି ଏହାକୁ ସରସ ସୁନ୍ଦର ଭାବେ ପାଳିବାକୁ ଯାଇ ଏକ ମଞ୍ଚ ମାଧ୍ୟମରେ ସ୍ଥାନୀୟ କିଛି ପ୍ରତିଭା ମାନଙ୍କୁ ସମ୍ମାନିତ କରିଛି।ଏହି ସଭାରେ ପରିଷଦର ସମ୍ପାଦକ ବ୍ରଜ ସୁନ୍ଦର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ତହସିଲର ତହସିଲଦାର ଭବତୋଷ ମଲ୍ଲିକ ଯୋଗ ଦେଇ ଶ୍ରୀକୃଷ୍ଣ ସଂସ୍କୃତିକ ପାରିଷଦର ସମାଜ ମଙ୍ଗଳ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ଚାନ୍ଦବାଲି ମାଟିର କିଛି ମଣିଷ ଅଞ୍ଚଳର କିଛି ପ୍ରତିଭା ମାନଙ୍କୁ ପୁଷ୍ପ ଗୁଛ, ଉତ୍ତରି ଓ ମାନପତ୍ର ଇତ୍ୟାଦି ଦେଇ ସମ୍ମାନିତ କରାଯାଇଥିଲା। ଏଥିରେ ଚାନ୍ଦବାଲି ଅଞ୍ଚଳର ମାଟିର ପୁଅ ଉମାକାନ୍ତ ପରିଡା ସବ କଲେକ୍ଟର ଚମ୍ପୁଆ କେନ୍ଦୁଝର, ଡ ବୀରେନ୍ଦ୍ର ଦାସ ବରିଷ୍ଟ ସଲ୍ୟ ଚିକିତ୍ସକ ଜିଲ୍ଲା ମୁଖ୍ୟ ଚିକିତ୍ସା୍ଳୟ କେନ୍ଦ୍ରାପଡ଼ା, ପ୍ରଫେସର ଡ ସୁରଜିତ ସାହୁ ବରିଷ୍ଟ ମନୋଚିକିତ୍ସକ ସମ ହସ୍ପିଟାଲ ଭୁବନେଶ୍ୱର, ଅଞ୍ଚଳର ବିଶିଷ୍ଟ ସମାଜ ସେବି ପ୍ରଫୁଲ ସାହୁ ସହ ଅଞ୍ଚଳର ବୋହୁ ସୁନାମଧନ୍ୟ ବିଶିଷ୍ଟ ଚର୍ଚିତ କବିୟତ୍ରୀ ନିରୁପମା ପାଣି, ମୀରାମ୍ବିକା ନୃତ୍ୟ, ସଂଗୀତ ଓ ଫାଇନ ଆର୍ଟ ବିଦ୍ୟାଳୟର ଅଧ୍ଯକ୍ଷା ସାଗରୀକା ମଲ୍ଲିକ, ମନୋଜ ପ୍ରଧାନ ଓଡିଶୀ ନୃତ୍ୟ ଗୁରୁ ଭୁବନେଶ୍ୱର ଓ ଚାନ୍ଦବାଲି ଏନ୍ଏସି ର ପ୍ରଥମ ଥର ନିର୍ବାଚିତ ଅଧ୍ଯକ୍ଷା ଓ ସମସ୍ତ ପରିଷଦ। ସଭାପତି ମନୋଜ ବିଶ୍ୱାଳ,ସମ୍ପାଦକ ବ୍ରଜସୁନ୍ଦର ମହାନ୍ତି, ଅଭିମନୁ ଦାସ,ବିରେନ ସାହୁ,ସରୋଜ ମଲ୍ଲିକ, ଗୋପିରାମ ଅଗ୍ରୱାଲ, ଭୀମସେନ ମଲ୍ଲିକ,ଦୀପକ ଦାସ,ପ୍ରଶାନ୍ତ ମିଶ୍ର, ପ୍ରଦୀପ ଦାସ,ଅନୁପ ଜେନା, ପ୍ରତାପ ରାଉତ,ଅଶୋକ ରାୟ ଅରୁଣ ଅଗ୍ରୱାଲ,ସେକ ଫିରୋଜ ଓ ଅମର ସେଠୀ।

Leave A Reply

Your email address will not be published.