ଚାନ୍ଦବାଲି ରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଶୋଭାଯାତ୍ରା ଓ ବୃକ୍ଷ ରୋପଣ।

0 224

ଚାନ୍ଦବାଲି,୦୫/୦୬: ସୁସ୍ଥ ସମାଜ ଗଠନରେ ସୁସ୍ଥ ପରିବେଶ ଅପରିହାର୍ଯ୍ୟ । ଏଭଳି ସ୍ଥିତି ରେ ସୁସ୍ଥ ପରିବେଶ ଗଠନ ପାଇଁ ବ୍ୟାପକ ବୃକ୍ଷ ରୋପଣ ମଧ୍ୟ ଜରୁରୀ ହୋଇ ପଡିଛି। ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଚାନ୍ଦବାଲି ଏନ୍ଏସି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି। ଏଥିରେ ଚାନ୍ଦବାଲି ଏନ୍ଏସି ସହ ସ୍ଥାନୀୟ ବୁଦ୍ଧିଜୀବୀ,ଯୁବ ସମାଜ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଯାତ୍ରା ଚାନ୍ଦବାଲି ଏନ୍ଏସି ରୁ ବାହାରି ଚାନ୍ଦବାଲି ବଜାର ପରିକ୍ରମା କରିବା ସହ ଉପସ୍ଥିତ ଥିବା ଏନ୍ଏସି ସଦସ୍ୟ ଓ ବୁଦ୍ଧିଜୀବୀ ହାତରେ ପ୍ଲା କାର୍ଡ ଧରି ସମସ୍ତ ନାଗରିକ ମାନଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ବା ପାଇଁ ବାର୍ତା ଦେଇଥିଲେ ଏବଂ ଶୋଭାଯାତ୍ରା ପରେ ପରେ ଚାନ୍ଦବାଲି ଆହାର କେନ୍ଦ୍ର ପରିସରରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଦୂଷଣ ବିଭାଗ ମିଳିତ ଉଦ୍ୟାମ ଅଧୀନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା।ଏହି କାର୍ଯ୍ୟକ୍ରମରେ ଏନ୍ଏସି ଅଧକ୍ଷା ଶାନ୍ତିଲତା ସେଠୀ,ଏନ୍ଏସି ଅଧିକାରୀ ଆଭାସ ରଞ୍ଜନ ପାଣିଗ୍ରାହୀ, ଆସିଷ୍ଟାଣ୍ଡ ଇଞ୍ଜିନିଅର ପ୍ରଭାତ ସାହୁ, ପାରିଷଦ ଚନ୍ଦନ ରାଉତ,ପାରିଷଦ ଶୀତ ମହାଳିକ, ବଣିକ ସଂଘ ସଭାପତି ଗୋପିରାମ ଅଗ୍ରୱାଲ, ସମ୍ପାଦକ ସୁଶାନ୍ତ ସାହୁଙ୍କ ସହ ସମସ୍ତ ଏନ୍ଏସି ସଦସ୍ୟ ଉପସ୍ଥିତ ରହି ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କରିଥିଲେ।

Leave A Reply

Your email address will not be published.