ଚାନ୍ଦବାଲି,୨୪/୦୧:ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଉଗ୍ରତରା ଗ୍ରାମର ଯୁବ ଚାଷୀ ପ୍ରିୟନାଥ ପଣ୍ଡା ‘କୃଷି ଓଡିଶା’ ମାଧ୍ୟମରେ ଜଣେ ଯୁବ ଉଦ୍ୟାନ ଚାଷୀ ଭାବେ ରାଜ୍ୟସ୍ତରରେ ପୁରସ୍କୃତ ହୋଇ ଅଞ୍ଚଳ ପାଇଁ ଗର୍ବର ଆଣି ଦେଇଛନ୍ତି ।ଶୁକ୍ରବାର ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରିୟନାଥ ପଣ୍ଡାଙ୍କୁ ୨୦,୦୦୦ ଟଙ୍କାର ଚେକ,ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ସମ୍ମାନ ମିଳିବା ପରେ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ଉପଲକ୍ଷେ ଭଦ୍ରକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରିୟନାଥ ପଣ୍ଡାଙ୍କୁ ଉତ୍ତରୀୟ ଓ ଗୋଲାପ ଫୁଲ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଯାଇଥିଲା। ଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଉପେନ୍ଦ୍ର ରାଉଳ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଚାଷୀ ନେତା ସନ୍ତୋଷ ବାରିକ,ଲକ୍ଷ୍ମୀକାନ୍ତ ରାଉତ,ଗଣେଶ ସାହୁ,ମନୋଜ ସେଠୀ,ବିନୟ ନାୟକ,ମଳୟ ନାୟକ,ସୁବାଷ ମହାନ୍ତି,ପ୍ରସନ୍ନ ଜେନା, ନଟବର ଦାସ,ଶଶୀକାନ୍ତ ଦାସ ଓ ସୁରେଶ ବେହେରା ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।