ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ସଂମପୁର ରେ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳିତ।

0 390

ବୋଲଗଡ଼,୨୨/୦୪(ପିପିଟି): ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଙ୍କ ତିରୋଧାନ ତଥା ଆନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଅବସରରେ ବୋଲଗଡ଼ ଶିକ୍ଷା ବ୍ଲକ ଅଧିନସ୍ଥ ସଂମପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ଆନୁକୂଲ୍ୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ଙ୍କ ଆବାହକତ୍ବରେ ବିଦ୍ୟାଳୟ ହତାମଧ୍ୟରେ ଏବଂ ବିଦ୍ୟାଳୟ ନିକଟରେ ସ୍ଥାପିତ ମହାପୁରୁଷ, ସ୍ୱାଧୀନତା ସଂଗ୍ରାମୀ ଓ ସମାଜସେବୀ ମାନଙ୍କ ପ୍ରତିମୂର୍ତ୍ତିର ଚତୁଃପାର୍ଶ୍ଵ ଶିକ୍ଷକ ଦିପ୍ତି ରଂଜନ ଦାସ ଓ ଶିକ୍ଷୟତ୍ରୀ ନମିତା ସାହୁ, ସୌଦାମିନୀ ପରିଡାଙ୍କ ତତ୍ତ୍ବାବଧାନରେ ଗତ ଅପ୍ରେଲ ୨୧ତାରିଖ ରବିବାର ଦିନ ଛାତ୍ର ଛାତ୍ରୀ ମାନଙ୍କୁଧରି ସଫାସୁତୁରା କରିବା ସହିତ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ସହିତ ଫୁଲ ଚନ୍ଦନ ଲେପନ କରି ପ୍ରଦୀପ ପ୍ରଜ୍ଜଳନ କରାଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ସ୍ବାଇଁ ଏହି ଦିବସ ପାଳନ ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରି ମହାପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ର ମୁଖ୍ୟ ଫାଟକ ନିକଟରେ ଥିବା ମହାପୁରୁଷ ମହାତ୍ମାଗାନ୍ଧୀ, ସୁବାସ ଚନ୍ଦ୍ର ବୋଷ, ମଧୁସୂଦନ ଦାସ, ଗୋପବନ୍ଧୁ ଦାସ ଏବଂ ଜୟ ରାଜଗୁରୁଙ୍କ ଅବଦାନ ସଂପର୍କରେ ଶିକ୍ଷକ ବିଚିତ୍ର କୁମାର ଘଡେଇ, ଅଂଶୁମାନ ଧଳ ଏବଂ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ, ସ୍ୱର୍ଣ୍ଣଲତା ପ୍ରଧାନ, ଓ ସୌଦାମିନୀ ସୂବୁଧି ଅବଗତ କରାଇଥିବା ବେଳେ ସ୍ୱାଧୀନତା ସଂଗ୍ରାମୀ ବାବାଜୀ ଦାସ ଓ ଗୋପୀନାଥ ପରିଜା ଙ୍କ ସଂମ୍ପର୍କରେ ଶିକ୍ଷକ ବିଶ୍ୱଜିତ, ସରୋଜ କୁମାର ଏବଂ ଶିକ୍ଷୟିତ୍ରୀ ସ୍ମିତାସିନ୍ଧୁ ମହାପାତ୍ର, ବିଦ୍ୟାର୍ଥୀମାନଙ୍କୁ ଅବଗତ କରାଇଥିଲେ। ବିଶିଷ୍ଟ ସମାଜସେବୀ ତଥା ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଚତୁର୍ଭୁଜ ପରିଜାଙ୍କ ଜୀବନ ସମ୍ବନ୍ଧରେ ଶ୍ରୋତାଲିନୀ ଶାହୁ ସୂଚନା ପ୍ରଦାନ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.