ପୋଲସରା,୧୬/୦୨ (ପିପିଟି): ପୋଲସରା ବ୍ଲକ ଘୋଡାପଲାଣ ପଞ୍ଚାୟତରେ ସୋମବାର ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ଦୀପ୍ତିମୟୀ ପାତ୍ରଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଘୋଡାପଲାଣ ପଞ୍ଚାୟତର ଘୋଡାପଲାଣ,କରାତଳି ,କରଞ୍ଜରା ଗ୍ରାମର ଜନସାଧାରଣଙ୍କ ଅଭିଯୋଗ ପଞ୍ଜିକରଣ କରିଥିଲେ । ଏଥିରେ ମୋଟ ୫୪ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା । ସେଥିମଧ୍ୟରୁ ୮ ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିଲା । ୮ ଜଣଙ୍କୁ ଘରପଟ୍ଟା ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଧିରେନ୍ଦ୍ର କୁମାର ସେଠୀ,ସମିତିସଭ୍ଯାଙ୍କ ପ୍ରତିନିଧି କାଳିଚରଣ ବେହେରା, ଜିଲ୍ଲା ପରିଷଦ ସଭ୍ୟା ଝୁନୁ ଦାସ,କବିସୂର୍ଯ୍ୟନଗର ଥାନା ଅଧିକାରୀ ନିରଞ୍ଜନ ଦାସ,ଏବିଡିଓ ସୋନମ୍ ବେହେରା,ବାଲିଛାଇ ଫାଣ୍ଡି ଅଧିକାରୀ ବୈକୁଣ୍ଠନାଥ ଜେନା ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରୀପାଠୀ, ବ୍ଳକ ଯନ୍ତ୍ରୀ ଶରତ ଚନ୍ଦ୍ର ମଲ୍ଲ, କୃଷି ଅଧିକାରୀ ଗଣେଶ୍ୱର ସାହୁ,ବିଭିଓ ଡଃ ଭକ୍ତଚରଣ ଦଳାଇ,ଫିସରୀ ପ୍ରିୟବ୍ରତ ଦାସ, ବରିଷ୍ଠ ରାଜସ୍ବ ସହାୟକ ଗିରିଜା ଶଙ୍କର ମିଶ୍ର,ବନପାଳ ମୁନା ଦାସ
ସମେତ ବିଭିନ୍ନ ବିଭାଗର କର୍ମଚାରୀ ଜନଶୁଣାଣୀରେ ଯୋଗଦେଇଥିଲେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ବରାଡ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ଜନଶୁଣାଣୀ ଅଧିକାରୀଣୀ ଲିପ୍ସା ରାଣୀ ଭଞ୍ଜ, ଏଡିଓ ଉମାଶଙ୍କର ଆଚାର୍ଯ୍ୟ ସମେତ ଅଙ୍ଗନବାଡ଼ି କର୍ମୀ,ସିଆରପି ,ଏମବିକେ ବ୍ଳକ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । କରାତଳୀ ଗ୍ରାମର ପୂର୍ବ ଉତ୍ତର ସାହିରେ ପାଖାପାଖି ୨୦ ଜଣ ପରିବାର ରହୁଥିବା ବେଳେ ସେମାନଙ୍କ ପାଇଁ ପାନୀୟ ଜଳଯୋଗାଣର କୌଣସି ବ୍ୟବସ୍ଥା ନଥିବା ବେଳେ ସେଥିପାଇଁ ଦୃଷ୍ଟି ଆକର୍ଷଣ କରିବା ସହିତ ଉକ୍ତ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଟେପ୍ ଜରିଆରେ ପାନୀୟଜଳ ଯୋଗାଣ ନାମରେ ଫୋଟ ଉଠାଇ ଅର୍ଥ ହେରଫେର ହୋଇଥିବା ଭଳି ଅଭିଯୋଗ ମଧ୍ୟ ଆସିଥିଲା। ଏହାକୁ ନେଇ ବିଡ଼ିଓ ଶ୍ରୀ ମହାପାତ୍ର ଅତି ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା