କୋଦଳା,୨୪/୧୧(ପିପିଟି):ସୋମବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଘୋଡାପଡା ଗ୍ରାମ ପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଦଳା ତହସିଲଦାର ତଥା ବେଗୁନିଆପଡ଼ା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସସ୍ମିତା ଶତପଥି, ସରପଞ୍ଚ ନୃସିଂହ ପ୍ରଧାନ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ଦୀପକ ମଲ୍ଲିକ,ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା, ଶୁଭଶ୍ରୀ ମହାରଣା, ଭାରପ୍ରାପ୍ତ ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଗା ପ୍ରସାଦ ପଣ୍ଡା,ଯୋଗାଣ ଅଧିକାରୀ ବାଦଲ କୁମାର ବେହେରା , କୃଷି ଅଧିକାରୀ ରାମଲାଲ ସାମଦ, ଵିପିସି ଚନ୍ଦ୍ର ଶେଖର ବେହେରା,ଏପିଓ ରଞ୍ଜନ କୁମାର ନାହାକ,ଵିପିସି ବୃନ୍ଦାବନ ସାହୁ,ପିଇଓ ରଂଜିତ ନାହାକ,ଏଡିଇଓ ଶ୍ରୀକାନ୍ତ ସାହୁ, ଉଦ୍ୟାନ,କ୍ଷୁଦ୍ର ଜଳସେଚନ,ବିଦ୍ୟୁତ୍ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ଅଭିଯୋଗ ଶୁଣାଣୀ କରିଥିଲେ । ଏଥିରେ ଅନ୍ୟ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ସମୁଦାୟ ୧୦ ଗୋଟି ଅଭିଯୋଗ ହୋଇଥିଲା । ସେଥିମଧ୍ୟରୁ ରାସ୍ତାର ଉନ୍ନତି କରଣ , ବିଦ୍ୟୁତ ସଂଯୋଗ ଦୁଇଟି,ବ୍ୟକ୍ତିଗତ ୬ ଗୋଟି,ସବ ଡିଭିଜନ ପ୍ରତିଷ୍ଠା ଗୋଟିଏ ଅଭିଯୋଗ ହୋଇଥିଲା ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)