ଘୁମୁସର ଲେଖିକା ସଂସଦ ପକ୍ଷରୁ ବୃକ୍ଷ ରୋପଣ ଓ କବିତା ଆସର ।

0 224

ଭଞ୍ଜନଗର, ୧୩/୦୭(ପିପିଟି):ଘୁମୁସର ଲେଖିକା ସଂସଦ ,ଭଞ୍ଜନଗର ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ବେଲଗୁଣ୍ଠା ସ୍ଥିତ ଗୋପୀନାଥ ମନ୍ଦିରର ପରିସରରେ ଅନୁଷ୍ଠିତ ହୋଇଯାଇଛି ଏବଂ ବର୍ଷା କବିତା ଆସର ବେଲଗୁଣ୍ଠା ସ୍ଥିତ ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର (ITI) ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ନେହଲତା ବିଷୋୟୀ ସଭାପତିତ୍ବ କରି ସଭାକୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବରେ ବେଲଗୁଣ୍ଠାର ଅବସର ପ୍ରାପ୍ତ ଶିଶୁ ଉନ୍ନୟନ ଅଧିକାରୀ ( CDPO) ଗାୟତ୍ରୀ ମିଶ୍ର , ମୁଖ୍ୟ ବକ୍ତା ରୂପେ ବରିଷ୍ଠ ସାହିତ୍ୟିକ ମୋତିଲାଲ ପତି ଯୋଗ ଦେଇ ବୃକ୍ଷର ମାହାତ୍ମ୍ଯ,ସାହିତ୍ୟର ଉନ୍ନତି ଏବଂ କବିତା ଲେଖା ପାଇଁ ଆବଶ୍ୟକ ସାଧନା ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ବନରକ୍ଷୀ ପ୍ରିୟଙ୍କା ପାଳ ଯୋଗ ଦେଇ ବୃକ୍ଷ ରୋପଣ ଏବଂ ତାର ଯତ୍ନର ଗୁରୁତ୍ବ ବିଷୟରେ କହିଥିଲେ। ସଭ୍ଯା ରଜନୀ ସେଠୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଅନୁଷ୍ଠାନର ସଂପାଦିକା ଡ. ନଳିନୀପ୍ରଭା ଦାସ ଅତିଥିଙ୍କୁ ସ୍ବାଗତ କରିବା ସହ ସମ୍ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପିକା ତଥା ସଭ୍ୟା ଗୀତାଶ୍ରୀ ସାମନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ତଥା ସଭ୍ୟା ସୁଜାତା ସିଂ ସଭା ତଥା ଅନୁଷ୍ଠାନର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ଭାଗରେ କବିତା ଆସରକୁ ଡ଼ା ଗାୟତ୍ରୀ ସାହୁ ଏବଂ ଶୁଭସ୍ମିତା ଦାଶ ସଂଯୋଜନା କରିଥିଲେ।କବି କବୟିତ୍ରୀମାନେ ସ୍ବରଚିତ ”ବର୍ଷା” ଶୀର୍ଷକ କବିତା ପାଠ କରିଥିଲେ। ଗିରିଜା ନନ୍ଦିନୀ ଦାସ, ବର୍ଷା ନାୟକ, ଉପସ୍ଥିତ ସଭ୍ଯାମାନେ ଏବଂ ଛାତ୍ରୀମାନେ ବର୍ଷା କବିତା ପାଠ କରିଥିଲେ । ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ,କର୍ମଚାରୀ ଏବଂ ଅନ୍ୟମାନେ ସହଯୋଗ କରିଥିଲେ । ପରିଶେଷରେ ସଭ୍ୟା ରୁନୁବାଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.