ଘୁମୁସର ମହୋତ୍ସବ ରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ।

0 394

ଭଞ୍ଜନଗର ୦୪/୧୨(ପିପିଟି):ଘୁମୁସର ଉନ୍ନୟନ ମଞ୍ଚ ଭୁବନେଶ୍ବର ଓ ଘୁମୁସର ବିକାଶ ପରିଷଦ ପକ୍ଷରୁ ମିଳିତ ଆୟୋଜନ ହେଉଥିବା ଘୁମୁସର ମହୋତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗ ଦେବା ନିମନ୍ତେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉଭୟ ସଂସ୍ଥାର ସଭାପତି ବାଲ୍ମିକୀ ପଟ୍ଟନାୟକ ଏବେ ବରିଷ୍ଠ ଆଇନଜୀବି ସୋମନାଥ ନାୟକ ଓ ବରିଷ୍ଠ ବିଜେପି ନେତା ମହେଶ୍ଵର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରି ନିମନ୍ତ୍ରଣ କରିଛନ୍ତି ।ଉତ୍କଳର ଉତ୍କୃଷ୍ଟ, ଓଡିଶାର ବିରଳ ଘୁମୁସର ମାଟି କଳା,ସଂସ୍କୃତି,ସାହିତ୍ୟ,ସାଧନା ଓ ବୀର ଭୂମିର ଝଲକ ଆଗାମୀ ଫେବୁୟାରି ୧୦ ଓ ୧୧ ତାରିଖ ରେ ଆଡମ୍ବର ସହକାରେ ଭଞ୍ଜକଳା ମଣ୍ଡପ ଭୁବନେଶ୍ବର ଠାରେ ଘୁମୁସର ମହୋତ୍ସବ ପ୍ରଦର୍ଶନ କରାଯିବାର ବିଧିବଦ୍ଧ କାର୍ଯ୍ୟକ୍ରମ ରହିଛି I ଅଞ୍ଚଳର ଲୋକକଳା ଓ ଲୋକ ନୃତ୍ୟ କୁ ମହାଆଡମ୍ବରରେ ପାଳନ କରିବାକୁ ଯାଉଅଛି । ଯେଉଁଠି ଓଡିଆ ଭାଷା ସୁରକ୍ଷା ଅସ୍ମିତା ବୀର ଚକରା ଓ ଦୋହରା , କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ କୀର୍ତ୍ତି ଗାଥା ସହ ପୁରାତନ ସଖୀ ନାଚ, ଭାରତ ଲୀଳା,ଦୁଆରି, ନବରଙ୍ଗୀ, ଦIଶକାଠିଆ, ଘୁଡିକି, ଗାହଣ, ପ୍ରହଲ୍ଲାଦ ନାଟକ, ରାଧାପ୍ରେମ ଲୀଳା,କୃଷ୍ଣଲୀଳା , ଘୋଡା ନାଚ, ଯୋଡି ଶଙ୍ଖ, କାଠି ନାଚ,କେନ୍ଦରା,ପଷୁମୁଖା, ବାଘ ନାଚ, କଣ୍ଢେଇ ଅପେରା, ଡେରାଭେଷ, ଢୋଲା, ଢଣକୋଇଲା, ଓଡିଶୀ ଓ ଭଞ୍ଜ ସଙ୍ଗୀତ ପରିବେଷଣ ଓ ଘୁମୁସର ଅଞ୍ଚଳର ଗୋବର କଣ୍ଢେଇ, ପିତଳ ମାଛ, କାଷ୍ଟକାରିଗରୀ କାମ ପ୍ରଦର୍ଶିତ ହେବା ପାଇଁ ସ୍ଥିର କରାଯାଇଅଛି ।

ରିପୋର୍ଟ୍ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.