ଭଞ୍ଜନଗର, ୦୭/୦୯(ପିପିଟି):ଆସନ୍ତା ୧୧ତାରିଖ କୁ ଘୁମୁସର ଦିବସ ଭାବେ ପାଳନ କରିବା ପାଇଁ ଭଞ୍ଜନଗର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଛି। ଭଞ୍ଜନଗର ଏନଏସି ଅଧୀନରେ ଥିବା ସମସ୍ତ ସଂଘର କର୍ମକର୍ତ୍ତା ମାନେ ଆଜି ଏକାଠି ହୋଇ ଷ୍ଟେଟ ବ୍ୟାଙ୍କ ଛକରୁ ଏକ ଶୋଭା ଯାତ୍ରାରେ ବାହାରି ରେଡ କ୍ରସ ରୋଡ଼, ବାଉଁଶ ଲୁଣ୍ଡି, ମୁଖ୍ୟ ସଡ଼କ ଦେଇ ପୁରୁଣା ଜେଲ ରୋଡ଼ ହୋଇ ହନୁମାନ ମନ୍ଦିର ଠାରେ ଶେଷ ହୋଇଥିଲା।ଭଞ୍ଜନଗର ଓକିଲ ସଂଘ, ଅବସର ପ୍ରାପ୍ତ ସାମରିକ କର୍ମଚାରୀ ସଂଘ, ଘୁମୁସର ଗବେଷଣା ପ୍ରତିଷ୍ଠାନ, ବିପଦର ବନ୍ଧୁ, ବିଶ୍ୱହିନ୍ଦୁ ପରିଷଦ, ଅବସର ପ୍ରାପ୍ତ ଏନଏସି କର୍ମଚାରୀ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ବଣିକ ସଂଙ୍ଘ, ଘୁମୁସର ବିକାଶ ପରିଷଦ, ଘୁମୁସର ଲେଖିକା ସଂସଦ,ଚାଷୀମୁଲିଆ ସଂଘ ପ୍ରେସ ମିଡ଼ିଆର କର୍ମକର୍ତ୍ତା ପ୍ରକାଶ ଚନ୍ଦ୍ର ସାହୁ, ପିତାମ୍ବର ପରିଡା, ରବି ନାରାୟଣ ସାମନ୍ତ ସୁରେନ୍ଦ୍ର ବେହେରା,ବିପ୍ର ଚରଣ ସାହୁ, ଧୋବା ବେହେରା, ଜ୍ୟୋତି ରାଜ ପତି, ରାଜେନ୍ଦ୍ର ପ୍ରଧାନ, ସମୀର ନାୟକ, ନେତାଜୀ ବିଷୋୟୀ,ସୁଶାନ୍ତ ମହାପାତ୍ର, ମୃତ୍ୟଞ୍ଜୟ ସୁବୁଦ୍ଧି, ଗୋବିନ୍ଦ ଚନ୍ଦ୍ର ଲେଙ୍କା,ଡ଼ ନଳିନୀ ପ୍ରଭା ଦାସ, ଗାୟତ୍ରୀ ସାହୁ, ସନ୍ତୋଷ କୁମାର ଆପଟ, ମୁରଲୀ ଧର ପଣ୍ଡା, ଜଗଦିଶ ପାଣିଗ୍ରାହୀ, ଅରକ୍ଷିତ
ପରିଛା, ତ୍ରିନାଥ ଗୌଡ଼, ଆଦିକନ୍ଦଗୌଡ଼ ପୁରୁଷୋତ୍ତମ ମହାପାତ୍ର,ସନ୍ତୋଷ ବେହେରା, ସୁଶାନ୍ତ ପାତ୍ର ଓ ଅନ୍ୟମାନେ ଯୋଗ ଦେଇଥିଲେ। ଏହି ଶୋଭଯାତ୍ରାର ନେତୃତ୍ୱ ନେଇଥିଲେ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ। ୧୮୭୦ସାଲର ସେପ୍ଟେମ୍ବର ୧୧ ତାରିଖରେ ଐତିହାସିକ ଠାକୁରାଣୀ ପଡିଆରେ ପ୍ରଥମ ଥର ପାଇଁ ବିଛିନ୍ନ ହୋଇ ପଡ଼ିଥିବା ଓଡ଼ିଆ ଭାଷା ଅଞ୍ଚଳ ଗୁଡିକର ମିଶ୍ରଣ ପାଇଁ ସ୍ୱର ଉଠିଥିଲା। ସେଇ ସ୍ମୃତିକୁ ସ୍ମରଣ କରି ଘୁମୁସର ବାସୀ ଏହି ଦିବସକୁ ନୂଆଖାଇ ଦିବସ ଭଳି ଘରେ ଘରେ ପାଳନ କରିବାକୁ ହେବ। ସେଦିନ ଘୁମୁସର ବାସୀ ପ୍ରତିଘରେ ପୂର୍ଣ୍ଣ କୁମ୍ଭ ଥୋଇ ଦୀପ ଜାଳି ଉତ୍ସବ ମନାଇବାକୁ ଶ୍ରୀ ନାୟକ କହିଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)