ଭଞ୍ଜନଗର, ୧୩/୧୨(ପିପିଟି):ଭଞ୍ଜନଗର ଓକିଲ ସଂଘ କାର୍ଯ୍ୟକାରୀ ସଦସ୍ୟଙ୍କର ଏକ ବୈଠକ ବୁଧବାର କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ସଭାପତି ଅଭିମନ୍ୟୁ ଗୌଡ଼, ଉପସଭାପତି ରଜତ କୁମାର ଦାଶ, ସମ୍ପାଦକ ହରେକୃଷ୍ଣ ମହାପାତ୍ର, ସହ ସମ୍ପାଦକ ଚନ୍ଦ୍ର ମଣି ମହାପାତ୍ର, କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ, କାର୍ଯ୍ୟକାରୀ ସଦସ୍ୟ ଲକ୍ଷ୍ମୀକାନ୍ତ ମାହାପାତ୍ର, ସନ୍ତୋଷ କୁମାର ତିଆଡ଼ି ଓ ଅଳକା ମଞ୍ଜରୀ ପଟ୍ଟନାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଆସନ୍ତା ୧୬ତାରିଖରେ ଭଞ୍ଜନଗର ଉପଖଣ୍ଡରେ ଥିବା ସମସ୍ତ ଓକିଲ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରଖାଯାଇଛି।ଉପଯୁକ୍ତ ଭିତ୍ତିଭୂମି ଥାଇ ଦୀର୍ଘ ଦିନରୁ ଘୁମୁସର ଜିଲ୍ଲା ଘୋଷଣା ପାଇଁ ଦାବି ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି।ତେଣୁ ଏହା ବିରୁଦ୍ଧରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇ ଏହି ଦାବି ହାସଲ କରିବାକୁ ଓକିଲ ସଂଘ ପକ୍ଷରୁ ଉଦ୍ୟମ କରାଯିବାକୁ ନିଷ୍ପତ୍ତି ହୋଇଛି।ତେଣୁ ଉକ୍ତ ଦିନ ବୈଠକରେ ବିଭିନ୍ନ ଓକିଲ ସଂଘ ସହ ଏସମ୍ପର୍କରେ ଆଲୋଚନା କରି ନୂତନ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।
ରିପୋର୍ଟ -(ଜେ. କେ ପଟ୍ଟନାୟକ)