ଘାଟିପଲ୍ଲୀରେ ବିସ୍ପୋରକ କାରଖାନାକୁ ବିରୋଧ।

0 270

ବେଲଗୁଣ୍ଠା,୦୫/୦୩(ପିପିଟି) :କୁଡୁତାଇ ପଞ୍ଚୟତ ଘାଟିପଲ୍ଲୀ ମୌଜାରେ ଏକ ବିସ୍ପୋରକ କାରଖାନା ନିର୍ମାଣ ପ୍ରସ୍ତାବ କଥା ଶୁଣିବା ପରେ ପ୍ରତିକ୍ରିୟା ଶିଳ ହୋଇପଡିଛନ୍ତି ଅଞ୍ଚଳବାସୀ । ଅଞ୍ଚଳର କୁଡୁତାଇ, ପ୍ରତାପୁର, ଗେରେଡା, ଝାଡ଼ଭୁଇଁ, ଗଣ୍ଡାଧାର, ବରଗାଁ, ଅଢେ଼ଇଗାଁ ପାଞ୍ଚୟତ ର ଅନେକ ଗ୍ରାମ ଏହାଦ୍ୱାରା ପ୍ରଭାବିତ ହେବ । ସୂଚନା ପ୍ରକାରେ ନାଗପୁର ମହାରାଷ୍ଟ୍ର ର ଏକ ପ୍ରାଇଭେଟ କମ୍ପାନି CDET ପକ୍ଷରୁ ବିସ୍ପୋରକ କାରଖାନା ବସାଇବାକୁ ଯାଉଛି । ଯାହାକି ୧୯୮ ଏକର ଜମି ବ୍ୟାପି ଏହି କାରଖାନା ହେବ ଏହାଦ୍ୱାରା ଜଳ, ବାୟୁମଣ୍ଡଳ ବୁଶାକ୍ତ ହେବ । ହଜାର ହଜାର କାଯୁଗଛ ଓ ଆମ୍ବ ଗଛ କଟାହେବ । ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସରକାର ଏଭଳି ନିଷ୍ପତି ରୁ ଓହରି ଯାଆନ୍ତୁ ବୋଲି ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି କରିବା ସହ ବିକ୍ଷୋଭ ପ୍ରଦାନ କରାଯାଇଛି । ଆଜି ପଂଚାୟତ ରେ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ରଖାଯାଇଥିଲା । ହଠାତ ଏହାକୁ ପୂର୍ବଦିନ ବାତିଲ କରାଯାଇଥିବା ଜଗନ୍ନାଥପ୍ରସାଦ ତହସିଲଦାର ଏକ ମେସେଜ ପଠାଇଥିଲେ । ହେଲେ ଜନଶୁଣାଣୀ ରେ ଏହାକୁ ବିରୋଧ କରିବା ପାଇଁ ଅଞ୍ଚଳବାସୀ ପୁରା ପ୍ରସ୍ତୁତ ହୋଇ ରହିଥିଲେ । ନିଜ ଜୀବନ ପଛେ ଦେବୁ ହେଲେ ଆମକୁ ଖାଦ୍ୟ ଯୋଗାଉଥିବା ମାଟି ମାକୁ ଛାଡ଼ିବୁ ନାହିଁ ବୋଲି ନାରାବାଜି ଲଗାଇଥିଲେ । ସେମାନଙ୍କ ସହିତ ବିପ୍ଲବୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ ଓ ପ୍ରତାପ ନାୟକ ସାମିଲ ହୋଇଥିଲେ । ଏ ସମ୍ପର୍କରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ବୁଝିବାରୁ । ଲୋକଙ୍କ ମଙ୍ଗଳ ଉଦ୍ଦେଶ୍ୟ ରେ କଲକାରଖାନା କରାଯାଉଛି । ସେମାନଙ୍କ ପାଇଁ କୌଣସି ବିପଦ ସୃଷ୍ଟି ହେଲାଭଳି କାର୍ଯ୍ୟ କଂପାନୀ କରିପାରିବ ନାହିଁ । ନିୟମ ପ୍ରକାରେ ସମସ୍ତ ଵ୍ୟଵସ୍ଥା ହେବ । ଏଥିରେ ଲୋକେ ଭୟଭୀତ ହେବାର କୌଣସି କାରଣ ନାହିଁବୋଲି ପ୍ରକାଶ କରିଛନ୍ତି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.