ଗ୍ୟାସ କଳାବଜାରୀ ଉପରେ ପ୍ରଶାସନର ଚଢ଼ାଉ ।

0 0

ଭଞ୍ଜନଗର, ୦୧/୦୪(ପିପିଟି ):ହୋଟେଲ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ବେଆଇନ ଗ୍ୟାସ ସିଲିଣ୍ଡର ବ୍ୟବହାର ଉପରେ ଗତକାଲି ପ୍ରଶାସନ ପକ୍ଷରୁ ଚଢ଼ାଉ ହୋଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ନିର୍ଦ୍ଦେଶରେ ଆଜି ଭଞ୍ଜନଗର ଅଞ୍ଚଳରେ ଥିବା ଅନେକ ହୋଟେଲ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଅଚାନକ ଚଢ଼ାଉ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ୧୫ଟି ଘରୋଇ ଓ ୯ଟି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି।ସେଥିମଧ୍ୟରୁ ହୋଟେଲ ଆନନ୍ଦରୁ ୩ ଟି ଘରୋଇ ଗ୍ୟାସ , ହୋଟେଲ ଶାନ୍ତି ପ୍ରସାଦରୁ ୨ଟି ଘରୋଇ ଗ୍ୟାସ , ହୋଟେଲ ଓ’ କରିମ୍ ରୁ ଗୋଟିଏ ଘରୋଇ ଗ୍ୟାସ ଓ ୬ଟି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର, ହୋଟେଲ ଡାଲମାରୁ ୩ଟି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର , ହୋଟେଲ ରାଇସ ଏବଂ ସ୍ପାଇସ୍ ରୁ ୩ଟି ଘରୋଇ ଗ୍ୟାସ, ହୋଟେଲ ଅନ୍ନପୂର୍ଣ୍ଣାରୁ ୩ଟି ଘରୋଇ ଗ୍ୟାସ, ହୋଟେଲ ସାଇନଦନରୁ ୨ଟି ଘରୋଇ ଗ୍ୟାସ, ହୋଟେଲ ପାତ୍ର ପାନ ଦୋକାନରୁ ଗୋଟିଏ ଘରୋଇ ଗ୍ୟାସ ସିଲିଣ୍ଡର୍ ଜବତ ହୋଇଛି।
ଏହାର ନିରୀକ୍ଷଣ ପାଇଁ ମାଜିଷ୍ଟ୍ରେଟ୍ ଦାୟିତ୍ୱ ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର ତୁଲାଇଥିଲେ ଏବଂ ଅତିରିକ୍ତ ଯୋଗାଣ ଅଧିକାରୀ ସୁଭ୍ରଜିତ ସାମନ୍ତ, ଏମ୍.ଆଇ. ଭଞ୍ଜନଗର, ବେଲଗୁଣ୍ଠ। ଏବଂ ସୋରଡ଼ା ଅଧିକାରୀ ମାନେ ଉପସ୍ଥିତ ଥିଲେ । ଗ୍ୟାସ ସିଲିଣ୍ଡରର ଅନଧିକୃତ ବ୍ୟବହାର, କଳାବଜାରୀ ଏବଂ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରୁଥିବା ହୋଟେଲ ଓ କମର୍ସିଆଲ୍ ପ୍ରତିଷ୍ଠାନମାନଙ୍କୁ ଚିହ୍ନଟ କରି ଗ୍ୟାସ ସିଲିଣ୍ଡର୍ ଜବତ କରିବା ସହ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପ୍ରଶାସନ ତରଫରୁ ବେଆଇନ କାର୍ଯ୍ୟ ପ୍ରତି ସତର୍କ କରିବା ସହ ଏଭଳି କଳାବଜାରୀ କାର୍ଯ୍ୟକଳାପ ରୁ ଦୂରରେ ରହିବାପାଇଁ ବ୍ୟବସାୟୀଙ୍କୁ ସଚେତନ କରାଯାଇଛି। ଆଗାମୀ ଦିନରେ ଏପରି ଚଢ଼ାଉ କାର୍ଯ୍ୟ ଜାରିରହିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.