ଗ୍ରେୱାଲ କମ୍ପାନୀର ଭାଇସ ପ୍ରେସିଡେଣ୍ଟ ଉଦ୍ଧାର, ଅପହରଣକାରୀ ମାନେ ଗିରଫ ।

0 232

କେନ୍ଦୁଝର,୨୨/୦୨: ଦୀର୍ଘ ନଅ ଦିନର କସରତ ପରେ କେନ୍ଦୁଝର ପୋଲିସକୁ ଅପାର ସଫଳତା ଆଜି ମିଳିଛି,ବଡ଼ବିଲ ଗ୍ରେୱାଲ କମ୍ପାନୀର ଭାଇସ ପ୍ରେସିଡେଣ୍ଟ ନିମାନନ୍ଦ ପ୍ରଧାନଙ୍କ ଅପହରଣ ପରେ ଜିଲ୍ଲା ତଥା ରାଜ୍ୟ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା, ଜିଲ୍ଲା ଏସପି ନିତିନ କୁଶଲକର ଙ୍କ ନେତୃତ୍ୱରେ ପୋଲିସ ର ବାର ଗୋଟି ଦଳ ଗଠନ କରାଯାଇ ରାଜ୍ୟ ପୋଲିସ ଡିଜିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ଦିଗ ଗୁଡିକୁ ତଦନ୍ତ ଭୁକ୍ତ କରାଯାଇ ଆନ୍ତଃ ରାଜ୍ୟ ପୋଲିସ ସହଯୋଗ ରେ ଝାଡ଼ଖଣ୍ଡଏଟିଏସ,ବିହାର ଏସଟିଏଫ, ପଶ୍ଚିମବଙ୍ଗ ପୋଲିସ ସହଯୋଗରେ ପୋଲିସ ଦଳ ପାଟନା, ଜାମସେଦପୁର, ରାଞ୍ଚି, କଲିକତା,ପୁରୁଲିଆ,ଚାଇବାସା, ବିଧାନନଗର ରେ ତଦନ୍ତ କରିଥିଲା, ଇତିମଧ୍ୟରେ ଅପହରଣ କାରୀଙ୍କ ଦାବି ଅନୁଯାୟୀ ଅପହୃତ ପରିବାର ପକ୍ଷରୁ ଅପହରଣ କାରୀଙ୍କୁ ଷାଠିଏ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ଡ୍ରାଇଭର ଫିରୋଜ ହିଁ ସଦାବ ଗ୍ୟାଙ୍ଗ ସହିତ ମିଶି ଏହି ଅପହରଣ କରିଥିଲା ଏବଂ ନିଗମାନନ୍ଦ ଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଯାଇଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ବଡ଼ବିଲ ର ଏମଡି ଫିରୋଜ, ଝାଡ଼ଖଣ୍ଡ ର ସରଫରାଜ ଆନସାରୀ ଓରଫ ବାବୁ, କଲିକତା ର ବୁଧେନ୍ଦ୍ର ସିଂହ ଓରଫ ସିଂହା, ଝାରଖଣ୍ଡ ର ରାଜେନ୍ଦ୍ର ପାଶ୍ବାନ, ଝାରଖଣ୍ଡ ର ଜମିଲ ଅଖତାର, ଫରାହ ପରବିନ, ସଦାବ ନଉବାହାର, ଏମାନଙ୍କ ଠାରୁ ପଚାଶ ଲକ୍ଷ ନବେ ହଜାର ଟଙ୍କା, କ୍ରାଇମ ବ୍ଲୁ ପ୍ରିଣ୍ଟ ଡ଼ାଇରୀ, ଗୋଟିଏ ପିସ୍ତଲ, ଗୋଟିଏ ମଟରସାଇକେଲ, ଆଠଟି ମୋବାଇଲ ଫୋନ, ଗୋଟିଏ ଡଷ୍ଟର କାର, ବିଭିନ୍ନ ପରିଚୟପତ୍ର ଜବତ ହୋଇଛି, ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି, ଆହୁରି କିଛି ଅଭିଯୁକ୍ତ ଖୁବ କମ ସମୟରେ ଗିରଫ ହେବେ ବୋଲି ଡିଆଇଜି ବ୍ରିଜେଶ କୁମାର ରାୟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.