ଗ୍ରୀଷ୍ମ ଅବକାଶରେ ବିଦ୍ୟାର୍ଥୀଙ୍କ ଅଧ୍ୟୟନ ପ୍ରତି ଦୃଷ୍ଟି ଦେବାକୁ ଅଭିଭାବକମାନଙ୍କୁ ପ୍ରଧାନ ଶିକ୍ଷକଙ୍କ ପରାମର୍ଶ ।

0 282

ଖୋର୍ଦ୍ଧା,୧୦/୦୫(ପିପିଟି):ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଆଦେଶ ଅନୁଯାୟୀ ପ୍ରଥମରୁ ଅଷ୍ଟମ ଏବଂ ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ରାଙ୍କ ମୁତାବକ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଗ୍ରୀଷ୍ମ ଅବକାଶରେ ସମୟ ନଷ୍ଟ ନ କରି ଅଧ୍ୟୟନ କରିବା ନିମିତ୍ତ ସମ୍ବଳଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଗୃହକର୍ମ ବିଦ୍ୟାଳୟକୁ ଆସି ବିଦ୍ୟାର୍ଥୀଙ୍କ ନିକଟକୁ ପ୍ରେରିତ ହୋଇଛି ।ସନ୍ଦେହ ଉପୁଜିଲେ ପିଲାମାନେ ମୋବାଇଲ ମାଧ୍ୟମରେ ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିବା ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ପିତାମାତାଙ୍କ ସହ ଯୋଗାଯୋଗ କରିବାକୁ ପତ୍ରରେ ନିର୍ଦ୍ଦେଶ ରହିଛି। ବିଦ୍ୟାର୍ଥୀମାନେ ସହଜରେ ଉକ୍ତ ଗୃହକର୍ମ କରିବା ଏବଂ ସେ ସମ୍ପର୍କରେ ବିଷୟ ଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ଅବଗତ ହେବା ନିମିତ୍ତ ବେଗୁନିଆସ୍ଥିତ ଷଷ୍ଠରୁ ଦଶମ ଶ୍ରେଣୀ ଥିବା ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବୈଠକ କରି WA ନ ଥିବା ପିଲାଙ୍କୁ ସହପାଠୀର ମୋବଇଲରେ ସାମିଲ କରି ଶତ ପ୍ରତିଶତ ପିଲାଙ୍କୁ ଶ୍ରେଣୀ WA ଗ୍ରୁପ ରେ ସଂଯୋଗ କରିବା, ଶ୍ରେଣୀ WA ଗ୍ରୁପରେ ଆଗରୁ ପ୍ରେରିତ ଗୃହକର୍ମ ସମ୍ବନ୍ଧୀୟ ପାଠ୍ୟ ଓ ଗୃହକର୍ମ ନିଜେ ପ୍ରସ୍ତୁତ କରି ବିଦ୍ୟାଳୟରେ ପ୍ରସ୍ତୁତ ସ୍ୱତନ୍ତ୍ର କାର୍ଯ୍ୟନିର୍ଘଣ୍ଟ ଅନୁସାରେ ପିଲାଙ୍କ ନିକଟକୁ ପଠାଇବା, ପିଲାମାନେ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଖକୁ ଛାଡୁଥିବା ଉତ୍ତର ଫର୍ଦ୍ଦକୁ ମୂଲ୍ୟାଙ୍କନ କରି ବିଦ୍ୟାର୍ଥୀ ରଖୁଥିବା ନମ୍ବରକୁ ବ୍ୟକ୍ତିଗତ ରେଜିଷ୍ଟରରେ ଲିପିବଦ୍ଧ କରିବା ଓ ଶ୍ରେଣୀ WA ଗ୍ରୁପରେ ନମ୍ବର ତାଲିକା ଅଭିଭାବକ ଓ ବିଦ୍ୟାର୍ଥୀଙ୍କ ଅବଗତି ନିମନ୍ତେ ପଠାଇବା, ପିଲାଙ୍କ ଖାତାରେ ଉକ୍ତ ନମ୍ବର ଲେଖି ପିତାମାତାଙ୍କ ସ୍ୱାକ୍ଷର କରାଇବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।ଏ କ୍ଷେତ୍ରରେ ଅଧିକାଂଶ ବିଦ୍ୟାର୍ଥୀ ଅବହେଳା କରୁଥିବାରୁ ସେହି ପିଲାଙ୍କ ଗୃହକୁ ଶ୍ରୀ ସ୍ୱାଇଁ ଓ ବିଜ୍ଞାନ ଶିକ୍ଷୟିତ୍ରୀ ରିଷ୍ମା ରଶ୍ମି ପାଇକରାୟ ଶନିବାର ଦିନ ପୂର୍ବାହ୍ନରେ ଯାଇ ବିଦ୍ୟାର୍ଥୀ ମାନଙ୍କୁ ଉପଦେଶ ପ୍ରଦାନ କରିବା ସହ ସେମାନଙ୍କ ପିତାମାତାଙ୍କୁ ଏଥିପ୍ରତି ଯତ୍ନଶୀଳ ହେବାକୁ ପରାମର୍ଶ କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.