ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା ।

0 317

ଛତ୍ରପୁର,୨୮/୦୨(ପିପିଟି): ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ଗ୍ରୀଷ୍ମ ପ୍ରବାହର ଉପଯୁକ୍ତ ମୁକାବିଲା ଓ ପରିଚାଳନା ନିମନ୍ତେ ଆଜି ଗଞ୍ଜାମ ଜିଲ୍ଲାରେ ,ଓଡିଶା ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ଏକ ଜିଲ୍ଲା ସ୍ତରୀୟ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ୟଜୋତି ପରିଡାଙ୍କ ଅଧକ୍ଷତାରେ ଏହି କର୍ମଶାଳା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳ,ବ୍ରହ୍ମପୁର ଓ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଆୟୁଷି ପତି ପ୍ରମୁଖ ମଞ୍ଚାସୀନ ଥିବାବେଳେ ବିଭିନ୍ନ ବିଭାଗର ଜିଲ୍ଲା ସ୍ଥରୀୟ ଅଧିକାରୀମାନେ ଉପସ୍ଥିତ ରହି ଗ୍ରୀଷ୍ମପ୍ରବାହ ପରିଚାଳନା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା କରିଥିଲେ । ଜଳାଭାବ ଅଞ୍ଚଳ ଚିହ୍ନଟି କରଣ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଗ୍ରୀଷ୍ମପ୍ରବାହ ଯୋଗୁ ମନୁଷ୍ୟ ଶରୀରରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବା ସହିତ ଗୃହପାଳିତ ପଶୁ ଏବଂ ଚାଷବାସ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ, ଅଂଶୁଘାତରେ ଜୀବନହାନି ମଧ୍ୟ ହୋଇଥାଏ,ତେଣୁ ଏହାର ସଠିକ ମୁକାବିଲା ଏବଂ ଅଂଶୁଘାତରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ଆଜିର କର୍ମଶାଳାରେ ଅଧିକାରୀ ମାନଙ୍କୁ ବିସ୍ତୃତ ଭାବେ ବୁଝା ଯାଇଥିଲା । ବୈଠକରେ ଉପସ୍ଥିତ ବିଡ଼ିଓ,ତହସିଲଦାର,ବିଦ୍ୟୁତ ବିଭାଗ,ଅଗ୍ନିଶମ ଅଧିକାରୀ,ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀ ମାନଙ୍କୁ ଏସମ୍ପର୍କରେ ସମଗ୍ର ଜିଲ୍ଲାରେ ଯଥେଷ୍ଠ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ଗ୍ରୀଷ୍ମପ୍ରବାହ ମୁକାବିଲା ସମ୍ପର୍କରେ ସୂଚନା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ରଭାବେ ପ୍ରସ୍ତୁତ କରାଯାଇଥିବା ସତର୍କ ମୋବାଇଲ ଆପ ସମ୍ବଦ୍ଧରେ କିଭଳି ଅଧିକରୁ ଅଧିକ ଲୋକ ଜାଣିପାରିବେ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏହା ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଗୁରୁତ୍ୱ ଦିଆଯାଇଥିଲା ।

କର୍ମଶାଳାରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଆୟୁଷି ପତି ଗ୍ରୀଷ୍ମ ପ୍ରବାହ ମୁକାବିଲା ଯୋଜନା ପ୍ରସ୍ତୁତ ଉପରେ ଆଲୋକପାତ କରିଥିଲେ, ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ଡି଼ପିଏଚ୍ଓ ଗ୍ରୀଷ୍ମପ୍ରବାହ ଜନିତ ମାନସିକ ଓ ଶାରୀରିକ ଚାପ ପରିଚାଳନା ଉପରେ ତଥ୍ୟ ଭିତିକ ରିପୋର୍ଟ ଉପସ୍ଥାପନା ସହ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.