ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ।

0 270

ସୁବର୍ଣ୍ଣପୁର ,୦୭/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଂଚାୟତ ର କମଲପୁର ବୁଣାକାର ସୁବିଧା କେନ୍ଦ୍ର ପ୍ରାଙ୍ଗଣରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଙ୍କ ସହାୟତା ରେ ରେଆର ସୋନପୁର ଦ୍ୱାରା ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କରାଯାଇଛି । ଏଥିରେ ପର୍ଯ୍ୟବେକ୍ଷକ ଭାବରେ ଜିଲ୍ଲା ଜରୁରୀକାଳୀନ ବିଭାଗ ର କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱନାଥ ନାୟକ ଯୋଗ ଦେଇ କମିଟି ଗଠନ ର ନିତିନିୟମ ବିଷୟରେ ଆଲୋଚନା କରିଥିଲେ । ଗ୍ରାମ ର ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ୱାର୍ଡ ସଭ୍ୟ, ଗ୍ରାମ ସମ୍ବଳ କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଯୋଗ ଦେଇ ବିପର୍ଯ୍ୟୟ ସମ୍ପର୍କିତ ବିସ୍ତୃତ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ଗ୍ରାମ କମିଟି ଗଠନ କରାଯାଇଥିଲା । ରେଆର ତରଫରୁ ବିଶ୍ୱମ୍ବର ସାହୁ, ସୁଦାମ ଗାଈଗରିଆ, ମିତ୍ରଭାନୁ ମଲ୍ଲିକ ଯୋଗ ଦେଇ ଥିଲେ ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.