ଗ୍ରାମପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ।

0 193

ପୋଲସରା ,୦୧/୦୯(ପିପିଟି): ପୋଲସରା ବ୍ଲକ ଜେ. ଡେଙ୍ଗାପଦର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ବିଡ଼ିଓ ଶଶୀ ଭୂଷଣ ମହାପାତ୍ର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଜା ଡେଙ୍ଗାପଦର ଓ7 ମର୍ଦ୍ଦରାଜ ପୁର ଗ୍ରାମର ଜନସାଧାରଣ ମାନେ ଶିବିର ରେ ପହଂଚି ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ । ଏଥିରେ ମୋଟ ୬୫ ଜଣ ମହିଳା ଓ ପୁରୁଷ ନିଜର ନାମ ପଞ୍ଜିକରଣ କରିଥିଲେ । ଏହି ଜନଶୁଣାଣୀ ରେ ବହୁଳ ମାତ୍ରାରେ ରାସନ କାର୍ଡ ଓ ଭତ୍ତା ଲାଗି ଅଭିଯୋଗ ପତ୍ର ଆସିଥିବା ବେଳେ ଜା ଡେଙ୍ଗାପଦର ଠାରୁ ମର୍ଦ୍ଦରାଜ ପୁର ଯିବା ରାସ୍ତାରେ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ମାଁ ମାରାଣ୍ଡି ମନ୍ଦିର ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ,ଖାରିବେଢା ଟ୍ୟାଙ୍କର ପୁନରୁଦ୍ଧାର ଦ୍ବାରା ଚାଷୀଙ୍କ ପାଇଁ ୨୦୦ ଏକର ଜମିକୁ ଜଳସେଚିତ ହୋଇପାରିବ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ଏତଦ ବ୍ୟତୀତ ଅନ୍ୟାନ୍ୟ ଛୋଟ ମୋଟ ସମସ୍ୟା କୁ ନେଇ ଅଭିଯୋଗ ଆସିଥିଲା । ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ତହସିଲଦାର ଦିପ୍ତିମୟୀ ପାତ୍ର, ଏବିଡିଓ ସୋନମ୍ ବେହେରା,ସିଡିପିଓ ତିଳୋତ୍ତମା ରାଉତ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୋଛନା ରାଣୀ ଦେହୁରୀ,ଖାଦ୍ୟଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା,ଗ୍ରାମ୍ଯ ନିର୍ମାଣ ବିଭାଗ କନିଷ୍ଠ ଯନ୍ତ୍ରୀ ମହେନ୍ଦ୍ର ତରାଇ, କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀ ସନୁଜ୍ କୁମାର, ଯନ୍ତ୍ରୀ ଶ୍ରୀକାନ୍ତ ଜେନା, ବ୍ଳକ ପଶୁ ଚିକିତ୍ସା ଅଧିକାରୀ ସୁବାଷ ଜେନା,ବି ପି ଏମ୍ ସସ୍ମିତା ଦାସ, ସରପଞ୍ଚ ପିତାମ୍ବର ବେହେରା ସମେତ ବିଭିନ୍ନ ବିଭାଗର କର୍ମଚାରୀ ସମେତ ବ୍ଲକର ସମସ୍ତ ଅଧିକାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ କୁମାର ଗୌଡ଼ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.