ଗୌଡଗାଡ଼ର ସପ୍ନେଶ୍ବର ବାବାଙ୍କ ମେରୁଯାତ୍ରା ଏବଂ ପଣାସଂକ୍ରାନ୍ତି ଅନୁଷ୍ଠିତ ।

0 210

ସୁବର୍ଣ୍ଣପୁର, ୧୪/୦୪(ପିପିଟି) : ସୁବର୍ଣ୍ଣପୁର  ଜିଲ୍ଲା ବୀରମହାରାଜପୁର ବ୍ଲକ ଗୌଡଗାଡ ର ସ୍ଵପ୍ନେଶ୍ଵର ବାବାଙ୍କ ମେରୁ ଯାତ୍ରା ଆଜି ମହାସମାରୋହରେ ପାଳିତ ହୋଇଯାଇଛି ପଞ୍ଚିମ ଓଡ଼ିଶାର ଏକ ଅନନ୍ୟ ପର୍ବ ଝାମୁଯାତ୍ରା ବା ଦଣ୍ଡ ଯାତ୍ରା ଏହି ଯାତ୍ରା ଚୈତ୍ର ମାସ ଆରମ୍ଭରୁ ହୋଇଥାଏ ଓ ପଣା ସଂକ୍ରାନ୍ତି ରେ ଶେଷ ହୋଇଥାଏ ଦଣ୍ଡୁଆ ମାନେ ବ୍ରତରେ ରହି ଦିନକୁ ଥରେ ମାତ୍ର ଅନ୍ନ ଗ୍ରହଣ କରି ଗାଁ ଗାଁ ରେ ଦେବ ଦେବ ମହାଦେବ ଓ ମାତାକାଳୀ ଙ୍କୁ ନେଇ ବିଭିନ୍ନ ଜାଗାକୁ ଯାତ୍ରା କରୁଥିଲେ ଗାଁ ଗାଁ ରେ ଲୋକେ ପୂଜା କରୁଥିଲେ ଦଣ୍ଡ ଯାତ୍ରା ଆଜି ଏହି ବର୍ଷ ପାଇଁ ଶେଷ ହୋଇଛି ପୁଣି ଭକ୍ତ ଆସନ୍ତା ବର୍ଷକୁ ଅପେକ୍ଷା କରି ଥାଆନ୍ତି ଆଜି ବ୍ରତାଧାରି ମାନେ ହୋମ ଯାଞ୍ଜ କରି ବ୍ରତ ସମାପନ କରିଛନ୍ତି/ ଏହି ମେରୁ ଯାତ୍ରା ରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.