ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ।

0 276

ବୋଲଗଡ଼,୨୫/୦୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ସ୍ୱକୀୟ ଉଦ୍ୟମକ୍ରମେ ଏବଂ ନୟାଗଡ଼ ସଦର ମହକୁମା ସ୍ଥିତ ବ୍ଳଡ ବ୍ୟାଙ୍କ ସହାୟତାରେ ପିଚୁକୁଳି ସ୍ଥିତ ଶ୍ରୀ ରଘୁନାଥ ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି।ପିଚୁକୁଳି ଗ୍ରାମ ପଞ୍ଚାୟତର ସରପଞ୍ଚ ଜୟନ୍ତୀ ପ୍ରଧାନ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ। ରଣପୁର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସକ ଡଃ ଆଶିର୍ବାଦ ବେହେରା, ରକ୍ତ ବ୍ୟାଙ୍କ ର ଉପଦେଷ୍ଟା ଅଜୟ କୁମାର ପଟ୍ଟନାୟକ , ସରୋଜ କୁମାର ସାହୁ, ମାନସ ବେହେରା,ସଞ୍ଜିବ ପ୍ରଧାନ,ଅଶୋକା ନାୟକ, ରଞ୍ଜିତା ସାଥୁଆ, ପଞ୍ଚୁ ଦଳେଇ,ସବ୍ଦାର ମଲ୍ଲିକ ସମାଜସେବୀ ପବିତ୍ର ମୋହନ ସାହୁଙ୍କ ସହାୟତାରେ ୫୪ୟୁନିଟ୍ ରକ୍ତ ସ°ଗୃହୀତ ହେଲା। ସ୍ଥାନୀୟ ଜନପ୍ରତିନିଧି , ଯୁବଗୋଷ୍ଠୀ ତଥା ବାଙ୍କୋଇ ଡିଗ୍ରୀ ମହାବିଦ୍ୟାଳୟ ଏବଂ ଦେଉଳି ସ୍ଥିତ ରାଧାମୋହନ ସଂସ୍କୃତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅତି ଆଗ୍ରହର ସହିତ ରକ୍ତଦାନ କରିଥିଲେ। ଗୋପାଳପୁର ପଞ୍ଚାୟତ ର ସରପଞ୍ଚ ପ୍ରଦୀପ କୁମାର ବାରିକ,ପୂର୍ବତନ ସହ-ଗୋଷ୍ଠୀଶିକ୍ଷା ଅଧିକାରୀ ପଦ୍ମଚରଣ ବେହେରା, ପ୍ରଧାନଶିକ୍ଷକ ଭିକାରୀ ପୁଷ୍ଟି, ଚିତ୍ତରଞ୍ଜନ ସ୍ୱାଇଁ,ମଳୟ କୁମାର ପଣ୍ଡା, ଶିକ୍ଷକ ଅପର୍ତି ଅଟ୍ଟ, ସୁକାନ୍ତ କୁମାର ଜେନା,ଦୁର୍ଗା ପ୍ରସାଦ ସୁବୁଦ୍ଧି,ବିଜୟ କୁମାର ସାହୁ, ଲୋକନାଥ ସାହୁ, ରବୀନ୍ଦ୍ର କୁମାର ବେହେରା, ଜନ୍ମେଜୟ ମାଝୀ, ପବିତ୍ର ମୋହନ ମାଝୀ, ଡଃ ସୁକାନ୍ତ କୁମାର ବେହେରା,ଶ୍ୟାମକାନ୍ତ ପଟ୍ଟନାୟକ, ଚନ୍ଦ୍ରକାନ୍ତି ପଟ୍ଟନାୟକ,ଲକ୍ଷ୍ମୀଧରସାହୁ,ମୁସଲ୍ହେତୁଦିନ ଖାଁ,ପ୍ରକାଶ ଚନ୍ଦ୍ର ସାହୁ, ବିଭୁପ୍ରସାଦ ମହାପାତ୍ର, ବିଶ୍ୱରଂଜନ ସେଠୀ,ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଉପରୋକ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁଧୀର କୁମାର ସେଠୀ ଏବଂ ତାଙ୍କର ସହକର୍ମୀ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରଦାନ କରିଥିଲେ । ପରିଶେଷରେ ଶିକ୍ଷକ ବିପିନ କୁମାର ସ୍ୱାଇଁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.