ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବୈଠକ ଅନୁଷ୍ଠିତ।

0 199

ବୋଲଗଡ଼,୧୦/୦୯ (ପିପିଟି):ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ଆବାହକତ୍ୱ ଓ ପୌରୋହିତ୍ୟରେ ମଙ୍ଗଳବାର ଦିନ ପୂର୍ବାହ୍ନ ୧୦.୩୦ ଘଟିକାରେ କାର୍ଯ୍ୟାଳୟର ଇଓ କେଭି ଲକ୍ଷ୍ମୀ, ମଣ୍ଡଳ ସଂଯୋଜକ କୈଳାସନାଥ ସ୍ୱାଇଁ,ଏବିଇଓ ଅମିତା ମିଶ୍ରଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ପରୋକ୍ଷ ଆପତ୍ତି ଅଭିଯୋଗ ସମ୍ବନ୍ଧୀୟ ତଦନ୍ତ କାର୍ଯ୍ୟ ତ୍ବରାନ୍ୱିତ କରି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟକୁ ଶୀଘ୍ର ତଥ୍ୟ ପ୍ରେରଣ କରିବାକୁ ଏବଂ ପ୍ରତ୍ୟକ୍ଷ ଅଭିଯୋଗକାରୀମାନଙ୍କୁ ବାରମ୍ବାର କାର୍ଯ୍ୟାଳାୟକୁ ନ ଦୌଡ଼ାଇ ଶୀଘ୍ର ସମସ୍ୟାଗୁଡିକର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।ସେବାନିବୃତ୍ତ କର୍ମଚାରୀମାନଙ୍କ ପେନସନ ପାଇବାରେ ବିଳମ୍ବ ନ ହେବାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ କର୍ମଚାରୀ କାର୍ଯ୍ୟ କରିବାକୁ ଏବଂ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଇନ୍କ୍ରିମେଣ୍ଟ,ଏମ ଏସିପି କାର୍ଯ୍ୟରେ ବିଳମ୍ବ ନ କରି ସମସ୍ତଙ୍କୁ ନିଜ କାର୍ଯ୍ୟଦ୍ୱାରା ସନ୍ତୁଷ୍ଟ କରିବାକୁ ଶ୍ରୀ ସ୍ୱାଇଁ କହିଥିଲେ ।
ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସୋନାମିକା ରାୟ ନିର୍ଦ୍ଦେଶିତ ୧୪ଗୋଟି କାର୍ଯ୍ୟକୁ ସଫଳ କରିବା ଉଦ୍ଦେଶ୍ୟରେ ମଣ୍ଡଳର ସମସ୍ତ ପ୍ରଧାନ ଶିକ୍ଷକ,ପ୍ରଧାନ ଶିକ୍ଷୟିତ୍ରୀ, ସିଆରସିସିଙ୍କ ସହ ଆଭାସୀ ବୈଠକ ଉକ୍ତଦିନ ସନ୍ଧ୍ୟାରେ କରାଇଥିଲେ ।ଆସ ସ୍କୁଲ
ଯିବା ଯୋଜନାରେ ଅଧିକ ପିଲାଙ୍କୁ ବିଦ୍ୟାଳୟ ବା ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇବା,୧୭ତାରିଖରେ ହେବାକୁ ଥିବା ମେଗା ପ୍ଲାଣ୍ଟେସନ ସଫଳତା ନିମିତ୍ତ ବହୁ ସଂଖ୍ୟାରେ ଚାରା ରୋପଣ କରିବା, ତା ପୂର୍ବରୁ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କ ମଧ୍ୟରେ ବୃକ୍ଷର ଉପକାରିତା ସମ୍ବନ୍ଧୀୟ ବକ୍ତୃତା, ପ୍ରବନ୍ଧ ଓ ଚିତ୍ର ପ୍ରତିଯୋଗିତା କରାଇ ଆଲୁମିନି ଏବଂ ଖ୍ୟାତିସଂପନ୍ନ ବ୍ୟକ୍ତିଙ୍କ ଉପସ୍ଥିତିରେ ସେହି ଦିନ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବାପାଇଁ, ସ୍ଵଚ୍ଛ ହରିତ ବିଦ୍ୟାଳୟ ରେଟିଂ ବୃଦ୍ଧିକରିବା, ଉଲ୍ଲାସ ଯୋଜନାରେ ୧୫ବର୍ଷରୁ ଅଧିକ ବୟସର ଯୁବକ,ଯୁବତୀ ଏବଂ ବୟସ୍କ ବ୍ୟକ୍ତିଙ୍କ ଶିକ୍ଷାଦାନ ପାଇଁ ଶିକ୍ଷାର୍ଥୀ, ସ୍ବେଚ୍ଛାସେବୀ ଶିକ୍ଷାଦାତା ଚିହ୍ନଟ କରିବାକୁ, ଶ୍ରୀମତୀ ରାୟଙ୍କ ଅଭିନବ ଯୋଜନା ସଫଳତା ପାଇଁ ମାଟ୍ରିକ ପରୀକ୍ଷାରେ ପ୍ରତି ବିଦ୍ୟାଳୟରେ ଶୂନ ଫେଲ ହେବା ଓ ପାଞ୍ଚ ଜଣ ଏ୧ ଗ୍ରେଡ ପ୍ରାପ୍ତ ହେବା ପାଇଁ ଏଜି ଓ ପିଜି ପିଲାଙ୍କୁ ପୃଥକ ଭାବେ କିଛି ସମୟ
ଶିକ୍ଷାଦାନ କରିବାକୁ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ।ଏଫଏଲ ଏନ କ୍ଷେତ୍ରରେ ପ୍ରଗତି କରିବା, ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ମିଳିଥିବା ଶିକ୍ଷଣ ସାମଗ୍ରୀର ସଦୁପଯୋଗ କରିବା, ବିଦ୍ୟାର୍ଥୀଙ୍କୁ ଶୀଘ୍ର ୟୁନିଫର୍ମ,ହାଉସ ଡ୍ରେସ, ଜୋତା, ମୋଜା ଇତ୍ୟାଦି ବଣ୍ଟନ କରିବା, ଦୁର୍ବଳ ପିଲାଙ୍କୁ ସ୍ୱତଂତ୍ର ଧ୍ୟାନ ଦେବା,୧୧ଦିନର ମଧ୍ୟାହ୍ନ ଭୋଜନ ଚାଉଳ ଓ ଅର୍ଥରାଶି ହିତାଧିକାରୀଙ୍କୁ ଶୀଘ୍ର ପ୍ରଦାନ କରିବା, ବିଦ୍ୟାଳୟ ହତା ଓ
ଟଏଲେଟ ସଫା ରଖିବା, ସିଏଲ ରେଜିଷ୍ଟର ଦାୟିତ୍ୱ ଜଣେ ଶିକ୍ଷକଙ୍କୁ ଅର୍ପଣ କରିବାକୁ କହିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.