ଗୋମାତାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଶକ୍ତି ସିଂ ଙ୍କ ପଦଯାତ୍ରା ।

0 261

ଯାଜପୁର,୧୮/୧୨(ପିପିଟି):ଗୋମାତାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ କଡା ଆଇନ ପ୍ରଣୟନ କରିବା ପାଇଁ ରାଜସ୍ଥାନ ରାଜ୍ୟର ରାଜ ଧାମର ଭିଲୱାରା ଜିଲ୍ଲାର ଆରଜିଆ ଗାଁର ବାସିନ୍ଦା ନାରାୟଣ ସିଂଙ୍କ ପୁତ୍ର ଶକ୍ତି ସିଂ ରାଣାଉତଙ୍କ ଦ୍ୱାରା ଚାରି ଧାମ ୧୨ ଜ୍ୟୋତିର୍ଲିଙ୍ଗ୍ ଭାରତ ଦର୍ଶନ କରିବାର ଲକ୍ଷ୍ୟ ରହିଛି । ଡିସେମ୍ବର ୧୧ ମଙ୍ଗଳବାର ଦିନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଜାରକା ବଜାର ନିକଟରେ ଥିବା ଗୋଶାଳାରେ ୨ ଦିନ ଧରି ବିଶ୍ରାମ ନେଇଥିଲେ ଏବଂ ଗୋଶାଳାରେ ଏକ ବୃଷବରାଜଙ୍କ ମୃତ୍ୟୁ ବରଣ କଲାପରେ ଅନ୍ତିମ କାର୍ଯ୍ୟରେ ସାମିଲ୍ ହୋଇ ବ୍ରାହ୍ମଣୀ ନଦୀ ପଠାରେ ପୂଜା ଅର୍ଚ୍ଚନା କରି ଶେଷକୃତ୍ୟ ସମାପନ କରିଥିଲେ । ଗସ୍ତ ସମୟରେ ସିଂ କହିଛନ୍ତି ଯେ ଗୋମାତା ମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସେ ପ୍ରାୟ ୧୬ ରୁ ୧୭ ହଜାର କିଲୋମିଟର ପର୍ଯ୍ୟନ୍ତ ଚାରି ଧାମ ୧୨ ଜ୍ୟୋତିର୍ଲିଙ୍ଗା ଯାତ୍ରା କରିବେ। ଏହି ସମଗ୍ର ଯାତ୍ରା ପ୍ରାୟ ଅଢେଇରୁ ତିନି ବର୍ଷ ଲାଗିବ ବୋଲି ଆକଳନ କରିଥିଲେ । ସେ କହିଛନ୍ତି ଯେ ସାରା ଭାରତରେ ଗୋମାତାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସରକାରଙ୍କ କଠୋର ଆଇନ ପ୍ରଣୟନ କରିବାକୁ ଦାବି ଅନୁଯାୟୀ ସେ ଏହି ଯାତ୍ରା କରୁଛନ୍ତି। ଆଜି ସୁଦ୍ଧା ୭ ହଜାର କିଲୋମିଟର ପଦଯାତ୍ରା କରିସାରିଲେଣି । ପ୍ରଥମେ ଆର୍ଜିଆରୁ ଯାତ୍ରା ଆରମ୍ଭ କରି ପୁଷ୍କର ଖଟୁସିୟମ,ବ୍ରିଜଭୁମି ନନ୍ଦନ, ଗୋକୁଲ, ମଥୁରା, ଶ୍ରୀମନ୍ଦିର, ଗୋବର୍ଦ୍ଧନ ପାର୍ବତ, ହରିଦ୍ୱାର, ପଞ୍ଚକେଦାର,ପଞ୍ଚପ୍ରୟାଗ, ପଞ୍ଚବଦ୍ରି, କାଞ୍ଚିଧାମ, ନେପାଳର ମୁକତିନାଥ ପ୍ରଚାର ପ୍ରସାର କରିବା ସହିତ ପରିଦର୍ଶନ କରିବେ । ଏ ପର୍ଯ୍ୟନ୍ତ ଜନକପୁର, ଗୋରଖପୁର, ଅଯୋଧ୍ୟା ଏବଂ କାଶୀ ପରିଦର୍ଶନ କରିଛନ୍ତି, ବର୍ତ୍ତମାନ ସେ ଧର୍ମଶାଳା ଜାରକାରୁ ପ୍ରଚାର ପ୍ରସାର କରି ଶ୍ରୀଜଗନ୍ନାଥ ଧାମ ପୁରୀ ଯାତ୍ରା କରି ପରିଦର୍ଶନ କରିବେ ।

Leave A Reply

Your email address will not be published.