ଗୋବରାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ।

0 376

ବେଲଗୁଣ୍ଠା,୦୨/୧୦(ପିପିଟି); ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବେଲଗୁଣ୍ଠା ବ୍ଲକ ଗୋବରା ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟ ପରିସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉଦଘାଟକ ରୂପେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇଥିବା ବେଳେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରଥମେ ଗାନ୍ଧୀ ପ୍ରତିମୂର୍ତ୍ତିରେ ଫୁଲମାଳ ଦେଇ ସାରିବା ପରେ ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ସାଂସଦ ରିବନ କାଟି ଉଦ୍‌ଘାଟନ କରିଥିଲେ । ବିଧାୟକ ଶ୍ରୀସ୍ୱାଇଁ ନିଜର ଜନ୍ମ ଦିନ ଅବସରରେ ଏହି ରକ୍ତଦାନ ଶିବିରକୁ ଆୟୋଜନ କରି ସମସ୍ତଙ୍କୁ ମାସ୍କ ବଣ୍ଟନ କରିବା ସହ ରକ୍ତ ଦାନ କରିବାକୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥି ରୂପେ ଜୀବନବିନ୍ଦୁର ରାଜ୍ୟ ସଂଯୋଜକ ସୁବାସ ମହାରଣା,ରାଜ୍ୟ ସମ୍ପାଦକ ସଂଘମିତ୍ରା ଦଳେଇ,ଜିଲ୍ଲା ସମ୍ପାଦକ ଲଷ୍ମୀପ୍ରିୟା ପାଢ଼ୀ,ରାଜ୍ୟ ଯୁଗ୍ମ ସମ୍ପାଦକ କୈଳାସ ରଣା,ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ,ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ ଦାସ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଯୁବ ରେଡ଼କ୍ରସ ଜିଲ୍ଳା ସଂଯୋଜକ ଗୋବିନ୍ଦ ରାଓଙ୍କ ନିର୍ଦେଶନାରେ କରୋନା ସମ୍ପର୍କିତ ଏକ ସଚେତନଧର୍ମୀ ନାଟକ ପରିବେଷଣ ହୋଇଥିଲା । ବିଶ୍ୱଭାରତୀ ସଭାପତି କୁଞ୍ଜବିହାରୀ ନାୟକ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଯୁବ ସଂଗଠକ ବିଭୁପାଦ ଜେନା,ସରପଞ୍ଚ ରାଜେନ୍ଦ୍ର ଗୌଡ଼,ସମିତିସଭ୍ୟ ଦୁର୍ଗମାଧଵ ନାୟକ,ଶିକ୍ଷାବିତ ରାମକୃଷ୍ଣ ପାତ୍ରଙ୍କ ସମେତ ଅଂଚଳର ବହୁ ଲୋକ ପ୍ରତିନିଧି ଯୋଗ ଦେଇ ଶିବିରକୁ ସଫଳ କରିଥିଲେ। ଭଞ୍ଜନଗର ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।ଏଥିରେ ମୋଟ ୧୧୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । (ରିପୋର୍ଟ – ଶିବରାମ ଚୌଧୁରୀ ।)

Leave A Reply

Your email address will not be published.