ଗୋପାଳପୁର,୨୪/୦୧(ପିପିଟି):ଗୋପାଳପୁର ବେଳାଭୂମି ମହୋତ୍ସବର ଅବ୍ୟବହିତ ପୂର୍ବରୁ ଅର୍ଥାତ ଆସନ୍ତାକାଲି ୨୫ ତାରିଖ (ରବିବାର) ଆୟୋଜିତ ହେବାକୁ ଥିବା ମେଗା ମାରାଥନ୍କୁ ଦୃଷ୍ଟିରେ ରଖି,କାର୍ଯ୍ୟକ୍ରମର ସଫଳ ଆୟୋଜନ ଏବଂ ଅଂଶଗ୍ରହଣକାରୀ ଧାବକମାନଙ୍କ ସୁରକ୍ଷା ପାଇଁ ଯାତାୟାତ ନିୟନ୍ତ୍ରଣ ଲାଗୁ କରାଯିବ ।
ବିଶେଷ ସୂଚନା କ୍ରମେ ଜନସାଧାରଣଙ୍କୁ ଜଣାଇ ଦିଆଯାଉଛି ଯେ ରୁଟ୍/ରାସ୍ତା ଅନୁଯାୟୀ ଯାତାୟାତ ନିୟନ୍ତ୍ରଣ କରାଯିବ। ଗୋପାଳପୁର ଜଙ୍କସନ୍ରୁ ଡୁରା ଛକ, ଆର୍ମି ଏଡି କଲେଜ୍ ଛକ,ନାରାୟଣପୁର ଛକ ଏବଂ ଷଣ୍ଢ ଛକ ଦେଇ ମୋ ଗୋପାଳପୁର ସ୍କ୍ୱାୟାର ପର୍ଯ୍ୟନ୍ତ, ଗୋପାଳପୁର ବେଳାଭୂମି ଦିଗକୁ ଯାଉଥିବା ଗୋଟିଏ ପାର୍ଶ୍ୱ ରାସ୍ତା (one side carriageway) ସମସ୍ତ ପ୍ରକାର ମୋଟର ଯାନ ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ମୋ ଗୋପାଳପୁର ସ୍କ୍ୱାୟାରରୁ ଗୋପାଳପୁର ମୁଖ୍ୟ ବେଳାଭୂମି ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱରୁ ସମସ୍ତ ପ୍ରକାର ମୋଟର ଯାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିବ।
ଉପରୋକ୍ତ ‘ନୋ ଏଣ୍ଟ୍ରି’ ଯାତାୟାତ ନିୟନ୍ତ୍ରଣ ୨୫/୦୧/୨୦୨୬ ତାରିଖରେ ସକାଳ ୬ ଘଣ୍ଟାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ମେଗା ମାରାଥନକୁ ସଫଳ କରିବା ପାଇଁ ପ୍ରଶାସନ ଓ ଧାବକମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ସଦୟ ଅନୁରୋଧ।