ଗୋପାଳପୁର ବେଳାଭୂମି ମହୋତ୍ସବ ସକାଶେ ଜନସାଧାରଣଙ୍କ ଯାତାୟାତ ସୁବିଧା ସକାଶେ ଟ୍ରାଫିକ ବ୍ୟବସ୍ଥା ।

0 361

ଛତ୍ରପୁର,୨୨/୧୨(ପିପିଟି):ଚଳିତ ମାସ ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ । ଦର୍ଶକ ଗଣ କିଭଳି ଶାନ୍ତି ଶୃଙ୍ଖଳାର ସହିତ ବିନା ଦ୍ବିଧାରେ ଗୋପାଳପୁରକୁ ଆସି ମନୋରଞ୍ଜନର ମଜା ନେବା ସହିତ ମିଶନ ଶକ୍ତି ମା ମାନଙ୍କ ପ୍ରସ୍ତୁତ ସାମଗ୍ରୀ କିଣିନେବେ ସେଥି ସକାଶେ ଜିଲ୍ଲାପ୍ରଶାସନ ଦ୍ୱାରା ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରାଫିକ ସମସ୍ୟା ସୁଧାର ଆଣିବା ସକାଶେ ଚାଳିତ ବର୍ଷ ଅନୁଷ୍ଠିତ ବେଳାଭୂମି ମହୋତ୍ସବରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ରହ୍ମପୁରରୁ ଦୁଇ ଚକିଆ ଯାନରେ ଆସୁଥିବା ଦର୍ଶକ ନାରାୟଣପୁର ଛକ ଠାରୁ ହରିପୁର ମଧ୍ୟଦେଇ ମହୋତ୍ସବ ସ୍ଥଳରେ କରାଯାଇଥିବା ଦୁଇ ଚକିଆ ପାର୍କିଂ ସ୍ଥଳରେ ନିଜ ନିଜ ଯାନ ଗୁଡ଼ିକ ରଖି ଅତି ନିକଟରେ ଥିବା ବ୍ରିଜ ପାର ହୋଇ ମହୋତ୍ସବ ସ୍ଥଳରେ ସୁବିଧାରେ ପହଞ୍ଚି ପାରିବେ । ବ୍ରହ୍ମପୁର ପଟୁ ଚାରିଚାକିଆ ଯାନରେ ଆସୁଥିବା ଦର୍ଶକ ନାରାୟଣପୁର ଛକ ଦେଇ ଗୋପାଳପୁର ବିଜ୍ଞାପିତ ଅଞ୍ଚଳର ଗୋପାଳପୁର ନୂତନ ବସଷ୍ଟାଣ୍ଡ ଠାରେ ଏବଂ ଷଣ୍ଢ ଛକ ନିକଟରେ ହୋଇଥିବା ପାର୍କିଂ ସ୍ଥାନ ଗୁଡିକରେ ନିଜ ଯାନ ରଖି ମହୋତ୍ସବ ସ୍ଥଳରେ ପହଞ୍ଚି ପରିବେ । ଗୋପାଳପୁର ମହୋତ୍ସବ ଦେଖିବା ସକାଶେ ଆସୁଥିବା ଜନ ସାଧାରଣ ମାନଙ୍କୁ ଅନୁରୋଧ ସେମାନେ ନିଜ ନିଜର ବାମପଟ ରାସ୍ତା ଦେଇ ଯିବା ଆସିବା କରିବେ ଯାହାରି ଫଳରେ ଟ୍ରାଫିକ ସମସ୍ୟା ଦେଖାଯିବ ନାହିଁ ।

Leave A Reply

Your email address will not be published.