ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନାର ଶୁଭାରମ୍ଭ ।

0 279

ବେଲଗୁଣ୍ଠା, ୧୧/୦୪, ଆଜି ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆଁ ଏକକ କାର୍ଡ୍ ବିତରଣ ଏବଂ ଆୟୁଷ୍ମାନ୍ ବୟୋ ବନ୍ଦନା ଯୋଜନାର ଶୁଭାରାମ୍ଭ ହୋଇଯାଇଛି । କଟକରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଗାଙ୍ଗପୁର ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁ ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ଉଦ୍ଘାଟନ କରିବା ସହିତ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଗୋବରା ଏବଂ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀ ଯୋଗ ଦେଇ ଯୋଜନାର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଅନ୍ୟତମ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା , ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, ସମନ୍ୱିତ ମହିଳା ଓ ଶିଶୁ ବିକାଶ ଅଧିକାରୀ ନଳିନୀ ମହାରଣା, ସହକାରୀ ନିର୍ବାହି ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଥି ପ୍ରମୁଖ ଏହି ଯୋଜନାର ସଫଳ ରୂପାୟନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରାଯିବା ସହିତ ଯୋଜନାର ସଫଳତା କିପରି ପ୍ରତ୍ୟକ ହିତାଧିକାରୀଙ୍କ ନିକଟରେ ସହଜରେ ପହଞ୍ଚି ପାରିବ ସେହି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଅତିରିକ୍ତ ତହସିଲଦାର ଜୀବନଜ୍ୟୋତି ନାୟକ, ସହକାରୀ ନୀର୍ବାହୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠି ପ୍ରମୁଖ ଯୋଗ ଦେଇ ହିତାଧୀକାରୀଙ୍କୁ ଆୟୁଷ୍ମାନ୍ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନାର ନୂଆଁ ଏକକ କାର୍ଡ୍ ବିତରଣ କରିଥିଲେ । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଶିଶିର କୁମାର ସ୍ଵାଇଁ ମଞ୍ଚ ସଞ୍ଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ,ବହୁ ବ୍ଳକ୍ କର୍ମଚାରୀ,ବହୁ ସରପଞ୍ଚ, ସମିତିସଭ୍ୟ, ୱାର୍ଡ଼ ସଭ୍ୟ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସିଆର ର୍ପି,ଏମବିକେ , ସ୍ୱୟଂସହାୟିକା ଗୋଷ୍ଠୀ, ଛାତ୍ରଛାତ୍ରୀ, ଜନପ୍ରତିନିଧି, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଶିକ୍ଷକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ସେହିପରି ଶିକ୍ଷକ ଛାୟାକାନ୍ତ ମହାପାତ୍ରଙ୍କ ସଂଯୋଜନାରେ କ୍ଷତ୍ରିୟବରପୁରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପଂଚାୟତ ସମିତି ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ, ପାଇଲିପଡା, ସରପଞ୍ଚ ସଲୀଳା ମହାରଣା, ସମିତିସଭ୍ୟ କେ ରବୀନ୍ଦ୍ର କୁମାର ପାତ୍ର, ବିପିଏମ୍ ଦୁର୍ଗା ପ୍ରସାଦ ପଟ୍ଟନାୟକ, ଆୟୂଷ ଡ଼ାକ୍ତର ସରୋଜ ପ୍ରଧାନ ,ଡ଼ାକ୍ତର ଜନାର୍ଦ୍ଦନ ମୋହିନୀ ପ୍ରମୁଖ ଉପସ୍ଥିତ ରହି କାର୍ଡ୍ ବଣ୍ଟନ କରିଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.