ବାଣପୁର,୧୪/୦୨:ବାଲୁଗାଁ ଥାନା ବାଲୁଗାଁ ଏନ୍.ଏ.ସି. ଅଞ୍ଚଳର ୫ ଟି ସ୍ଥାନର ଆଠଟି ମନ୍ଦିରରୁ ଲୁଟ କରି କଳାକନା ବୁଲେଇଛନ୍ତି ଦୁର୍ବୃତ୍ତ । ଗତକାଲି ରାତିରେ ବାଲୁଗାଁ ସାମନ୍ତରାୟପୁର ସାହିର ଗୋଟିଏ ପରିସରରେ ଥିବା ୪ ଟି ମନ୍ଦିର ଦଧିବାମନ,ହନୁମାନ ଏବଂ ଠାକୁରାଣୀ ମନ୍ଦିର ସମେତ ବିଦ୍ୟାଧପୁର ସାହି, ଗାନ୍ଧୀନଗର,ସରଳାପଦର ର ଉତ୍ତରାୟଣୀ ଓ କାଳୀଜାଈ ସାହି ସ୍ଥିତ କାଳୀଜାଈ ମନ୍ଦିରରୁ ଲକ୍ଷାଧିକ ଟଙ୍କର ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ କରିଛନ୍ତି ଲୁଟେରା । ବିଭିନ୍ନ ମନ୍ଦିରରୁ ରୁପାର କିରଟୀ, ବାହୁଟି,ସୁନାର ଚିତା ମଙ୍ଗଳସୂତ୍ର ଭଳି ମୂଲ୍ୟବାନ ଅଳଙ୍କାର ଚୋରୀ ହୋଇଥିବା ଅଭିଯୋଗ ହୋଇଛି ବାଲୁଗାଁ ଥାନାରେ । ଗୋଟିଏ ରାତିରେ ଏକ କାଳିନ ବଜାର ଅଞ୍ଚଳର ସବୁ ମନ୍ଦିରରୁ ତାଲା ଭାଙ୍ଗି ଚୋରୀ କରିବା ଚିନ୍ତାର ବିଷୟ ପାଲଟିଛି । ଯଦି ମନ୍ଦିର ସୁରକ୍ଷିତ ନୁହେଁ ତେବେ ଆମେ କେତେ ସୁରକ୍ଷିତ ବୋଲି ପୁଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକ । ଏଥିରେ କୌଣସି ଏକ ବଡ଼ ଗ୍ରୁପ ସାମିଲ ଥିବା ସନ୍ଦେହ କରୁଛି ପୁଲିସ । ଘଟଣା ସ୍ଥଳ ଗୁଡିକରେ ପହଞ୍ଚି ତନାଘନା ଚଳାଇଛି ବାଲୁଗାଁ ପୁଲିସ ।