ଗୋଛାପଡା ଥାନା ଅଞ୍ଚଳରେ ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ ,ସମ୍ପୃକ୍ତ ଶିକ୍ଷକ ଥାନାରେ ଅଟକ ।

0 196

କନ୍ଧମାଳ,୦୩/୦୩ (ପିପିଟି): କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୋଛାପଡା ଥାନା ଅଞ୍ଚଳରେ ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ ଲାଗିଛି। ସୂଚନା ରୁ ପ୍ରକାଶ ଯେ, ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଙ୍କୁ ସେହି ସ୍କୁଲ ର ଶିକ୍ଷକ ଶାରୀରିକ ସମ୍ପର୍କ ରଖି ଏବେ ପୋଲିସ ହାଜତରେ ଥିବା ଜଣାପଡିଛି । ଗତ ୨୧ ନଭେମ୍ବର ୨୦୨୫ ରିଖ ଦିନ ଫୁଲବାଣୀ କୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜୈନିକ ଛାତ୍ରୀ ଙ୍କୁ ବିଜ୍ଞାନ ମେଳା ଫୁଲବାଣୀ କୁ ଧରି ଯାଇଥିଲେ ଓ ଫେରିବା ବେଳେ ସନ୍ଧ୍ୟା ହୋଇ ଯାଇଥିବାରୁ ନିର୍ଜନ ଜଙ୍ଗଲ ଦେଖି ଶିକ୍ଷକ କୁନୁ ଭୋଇ ଛାତ୍ରୀକୁ ଅଶାଳୀନ ବ୍ୟବହାର କରିବା ସହ ଅନିଚ୍ଛା ସତ୍ତ୍ୱେ ତା ସହିତ ଶାରୀରିକ ସମ୍ପର୍କ ରଖୁଥିଲେ। ପରେ ତାକୁ ନେଇ ଡରାଇ ଧମକାଇ ଘରେ ଛାଡିଥିଲେ । ଏମିତି ସ୍କୁଲରେ ମଧ୍ୟ କେତେଥର ଡାକି ଖରାପ ବ୍ୟବହାର କରିବା ସହ ସମୁଦାୟ ୬ଥର ଶାରୀରିକ ସମ୍ପର୍କ ରଖିଥିବା ବିଷୟ ଜୈନକ ନାବାଳିକା ପ୍ରକାଶ କରିଛି । ଶେଷରେ ସେ ସ୍କୁଲ କୁ ଯିବାକୁ ରାଜିହୋଇ ନ ହେବାରୁ ଘରେ ମା ବାରମ୍ବାର ପଚାରିଲା ପରେ ଶେଷରେ ମାକୁ ସମସ୍ତ ବିଷୟ କହିଥିଲା। ପରିବାର ପକ୍ଷରୁ ସୋମବାର ଗୋଛାପଡା ଥାନାରେ ଏତଲା ଦେଲାପରେ ଗୋଛାପଡା ପୋଲିସ ସମ୍ପୃକ୍ତ ଶିକ୍ଷକ କୁନୁ ଭୋଇ କୁ ଆଣି ଥାନା ରେ ପଚରା ଉଚରା କରୁଛି। ଏଠାରେ ପ୍ରଶ୍ନ ଉଠୁଛି ରକ୍ଷକ ଯଦି ଭକ୍ଷକ ସାଜିବ ତେବେ କାହାକୁ ଭରସା କରିବା । ଯେଉଁ ଶିକ୍ଷକ ଭରସାରେ ଅଭିଭାବକ ତାଙ୍କ ପିଲାଙ୍କୁ ଛାଡ଼ୁଛନ୍ତି ସେ ଯଦି ପିଶାଚ ସାଜିବ କାହାକୁ କହିବା ବୋଲି ଅଭିଭାବକ ମହଲ ରେ ପ୍ରଶ୍ନ ଉଠୁଛି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.