ଗୃହରକ୍ଷୀ ବାହିନୀର ୬୨ ତମ ପ୍ରତିଷ୍ଠା ଦିବସ ପାଳିତ ।

0 213

ଛତ୍ରପୁର,୦୬/୧୨: ଗଞ୍ଜାମ ପୁଲିସ ଜିଲ୍ଲା ଛତ୍ରପୁର ପୁଲିସ ପଡିଆ ଠାରେ ଗୃହରକ୍ଷୀ ବାହିନୀର ୬୨ ତମ ପ୍ରତିଷ୍ଠା ଦିବସ ଜିଲ୍ଲା ଗୃହ ବାହିନୀ ସଂସ୍ଥା ପକ୍ଷରୁ ପାଳିତ ହୋଇଯାଇଛି । ଏଥିରେ ଦକ୍ଷିଣାଞ୍ଚଳ ଡିଆଇଜି ଡ଼. ସାର୍ଥକ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ନିଷ୍ଠାପର ସେବା ଦ୍ୱାରା ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇ ସର୍ବଦା ପ୍ରଂଶସାର ପାତ୍ର ହେବାକୁ ଗୃହରକ୍ଷୀ ମାନଙ୍କୁ ଡିଆଇଜି ଡ଼. ଷଡ଼ଙ୍ଗୀ ଆହ୍ୱାନ ଦେଇଥିଲେ । ଗୃହରକ୍ଷୀମାନେ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ଆଇନ୍ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଭଳି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ କର୍ତ୍ତବ୍ୟ ସମ୍ପାଦକ କରିଆସୁଛନ୍ତି । ଡିଆଇଜି ଆହୁରି କହିଥିଲେ ଯେ ବିଭିନ୍ନ ସମୟରେ ଗୃହରକ୍ଷୀ ମାନେ ନିଜ ଜୀବନକୁ ପାଣି ଛଡାଇ ଜନସାଧାରଣଙ୍କ ସେବା କରିଆସିଛନ୍ତି । ଏହିଅବସରରେ ରାଷ୍ଟପତି,ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ରାଜ୍ୟପାଳ,ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଆସିଥବା ସନ୍ଦେଶବାର୍ତ୍ତା ଡିଆଇଜି ଡ଼ ଷଡ଼ଙ୍ଗୀ ପଠନ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ଉଲ୍ଲେଖନୀୟକାର୍ଯ୍ୟ କରିଥିବା ଗଞ୍ଜାମ ପୁଲିସ ଜିଲାର ୬ ଜଣ ଗୃହରକ୍ଷୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ରଂଜିତ କୁମାର ପୃଷ୍ଟି, ରାଜୀବ ଲୋଚନ ପଣ୍ଡା, ପ୍ରଶାନ୍ତ କୁମାର ଦାଶ,ରଞ୍ଜନ କୁମାର ଦେ, ପ୍ରୋବିସନାଲ ଆଇପିଏସ ଏମ . ମିନା,ଆସିଷ୍ଟାଣ୍ଡ କମାଡେଣ୍ଟ କାଳୁଚରଣ ବେହେରା,ଆରଆଇ ଅମୁଲ୍ୟ ନାୟକ, ଛତ୍ରପୁର ଏସଡିପିଓ ଗୌରହରି ସାହୁଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ ଗୃହରକ୍ଷୀ ବାହିନୀ ମାନେ ଉପସ୍ଥିତ ଥିଲେ । ଏସ୍. ପର୍ଶୁରାମ ରେଡ୍ଡୀ ଓ ସେକେଣ୍ଡିଙ୍ଗ କାମାଡେଣ୍ଟ ପ୍ରଶାନ୍ତ କୁମାର ନନ୍ଦ ପ୍ୟାରେଡ ଚାଳନା କରିଥିଲେ ।

Leave A Reply

Your email address will not be published.