ଗୁମୁରୀ ଗୁମୁରୀ କାନ୍ଦୁଛି ଚାଷୀକୂଳ ।

0 245

ବୋଲଗଡ଼,୨୭/୧୨(ପିପିଟି):ବିଲରେ ଭାସୁଛି ପାଚିଲା ଧାନ, କାନ୍ଦୁଛି ଚାଷୀ କିନ୍ତୁ କାନ୍ଦିବାର ଶଦ୍ଦସୁଭୁନାହିଁ କି ଆଖିରୁ ଲୁହ ବି ଝରୁ ନାହିଁ। କିନ୍ତୁ ନୀରବ ଛାତିଫଟାଇ ଚିତ୍କାର କରୁଛି ଚାଷୀ ଏବଂ କାନ୍ଦୁଛି ଚାଷୀର ପରିବାର। ଗୋଟିଏ ପଟେ ଗାଉଁଲି ସୁଧରେ ଆଣିଥିବା ଟଙ୍କା ଠାରୁ ଆରମ୍ଭ କରି ବ୍ୟାଙ୍କର ଊଣ। ଅନ୍ୟପଟେ ନିଜ ପିଲାମାନଙ୍କ ମୁହଁରେ ଦୁଇ ମୁଠା ଆହାର ଚିନ୍ତା ରେ ଅଣନିଶ୍ୱାସ ହୋଇପଡିଛି ଚାଷୀ। ଅଦିନିଆ ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷୀ ଆଖିରେ ଲୁହର ଧାରା ଯେମିତି ଶଦ୍ଦ ହୀନ ହୋଇପଡିଛି। ଦୁଃଖ ର ପାହାଡ଼ ଉପରେ ଠିଆ ହୋଇ ଚାଷୀଟି ତାର ପରିଶ୍ରମର ମୂଲ୍ୟ ସାଉଁଟିବାକୁ ବୃଥା ଆଶାବାନ୍ଧି ରଖଛି। ନିଶ୍ଚଳ ନିରୁପାୟ ଚାଷୀ ଏବେ ନବଗଠିତ ସରକାରଙ୍କର ଅପେକ୍ଷା ରେ, ସରକାର ଅନୁଦାନ ହୁଏତ ତାକୁ ଆଶ୍ୱସ୍ତି ଦେଇପାରେ କିନ୍ତୁ ପକୃତରେ ଚାଷୀମାନଙ୍କର କ୍ଷତି ଭରଣା ହୋଇପାରିବ ନାହିଁ ବୋଲି ବୁଦ୍ଧିଜୀବୀ ଓ କୃଷକ ନେତା ମାନେ ମତ ବ୍ୟକ୍ତ କରିଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.