ଗୁଡୁ ମୃତ୍ୟୁ ଘଟଣା ,୫ ଅଭିଯୁକ୍ତ ଗିରଫପରେ କୋର୍ଟ ଚାଲାଣ କଲା ପୁଲିସ ।

0 585

ପୋଲସରା ୨୩/୭(ପିପିଟି):ପୋଲସରା ଥାନା ନିକଟ କଳମ୍ବ ସାହି ଛକ ସ୍ଥିତ ଏକ ପରିବା ଦୋକାନରେ ମଙ୍ଗଳବାର ସକାଳେ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଘଟିଯାଇଛି । ଏହି ହତ୍ୟାକାଣ୍ଡରେ ଗୁଡ଼ୁ ଓରଫ ରାକେଶ ପ୍ରଧାନ ମୃତ୍ୟୁବରଣ କରିଛି । ଉକ୍ତ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ୫ଜଣ ଅଭିଯୁକ୍ତ ଙ୍କୁ ପୁଲିସ ଆଜି ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପୋଲସରା ଥାନା ମାଧବପୃଷ୍ଟି ସାହିର ନାନକ ଜେନା (୨୩),ରୁଦ୍ରପ୍ରସାଦ ସାହୁ (୧୯), ବାବୁ ପ୍ରଧାନ (୩୨) ଓ ମାଳି ସାହିର ସୁଦାମ ମହାପାତ୍ର (୨୧)କୁଆନନ୍ଦ ଗ୍ରାମର ରାଜା ଜେନା (୨୨) ପ୍ରମୁଖ ଯୁବକ ମାନେ ଗୁଡ଼ୁ ଓରଫ ରାକେଶ ପ୍ରଧାନ ହତ୍ୟାକାଣ୍ଡ ରେ ସାମିଲ ଥିବା ନେଇ ପୁରୁଷୋତ୍ତମ ପୁର ଏସଡିପିଓ ସୁଜିତ କୁମାର ନାୟକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ପ୍ରଦାନ କରିଛନ୍ତି । ପୂର୍ବ ଶତ୍ରୁତା କୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ପ୍ରଦାନ କରିଛି ।ଅଭିଯୁକ୍ତ ମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥବା ଦୁଇଟି ଖଣ୍ଡା କାତି ଜବତ କରିଛି । ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ବହୁ ଅପରାଧିକ ମାମଲା ରହିଛି ବୋଲି ପୁଲିସ ସୂଚନା ଦେଇଛି । ଏବଂ ଉଭୟଙ୍କ ମଧ୍ୟରେ ବିଭିନ୍ନ ଘଟଣାକୁ ନେଇ ବାରମ୍ବାର ଉଭୟ ପକ୍ଷରୁ ଅଭିଯୋଗ ପୋଲସରା ଥାନାରେ ହୋଇଛି।ଉକ୍ତ ହତ୍ୟାକାଣ୍ଡକୁ ନେଇ ମୃତକ ଙ୍କ ସମ୍ପର୍କୀୟ ଭାଇ ଜାନକୀ ପ୍ରଧାନ (୩୯)ପୋଲସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲସରା ଥାନାଧିକାରୀ କୌଶିକ ମାଝୀ ଏନେଇ ୫୨୦/୨୫ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପ୍ରମୁଖ ୫ ଗିରଫ ବ୍ୟକ୍ତିଙ୍କୁ ଆଜି ସନ୍ଧ୍ୟା ସମୟରେ କୋର୍ଟ ଚାଲାଣ କରାଯାଇଛି,ଯାହାକୁ ନେଇ ଏସ ଡି ପି ଓ ସୁଜିତ ନାୟକ ସୂଚନା ଦେଇଛନ୍ତି ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.