ସୁବର୍ଣ୍ଣପୁର ,୧୫/୧୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ର ସତ୍ୟବାବା ପୀଠ ଗୀତା କ୍ଷେତ୍ର ପଣ୍ଡକିଟାଲ,(ଜାମଖୋଲ ) ଠାରେ ୫ମ ବାର୍ଷିକ ଉତ୍ସବ ଉପଲକ୍ଷେ ଦୁଇ ଦିନ ଧରି ଗୀତା ଯଞ ଓ ରାଜ୍ୟସ୍ତରୀୟ ଗୀତା ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଗୀତାଯଜ୍ଞ,ସର୍ବ ମୁଖରେ ଗୀତା ପାଠ ,ପ୍ରବଚନ ,ବିଭିନ୍ନ ସ୍କୁଲ ରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗୀତା ପାଠ ପ୍ରତିଯୋଗିତା ଓ ପ୍ରସାଦ ସେବନ ଗୀତା କ୍ଷେତ୍ର ଆଞ୍ଚଳିକ ପରିଚାଳନା କମିଟୀ ଦ୍ୱାରା ବ୍ୟବସ୍ଥା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବହୁ ସଂଖ୍ୟାରେ ସାଧୁସନ୍ଥ,ବ୍ରାହ୍ମଣ, ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ ସହିତ ନାମ ସଂକୀର୍ତ୍ତନ, ଘଣ୍ଟ ଶଙ୍ଖ ହରିବୋଲ ନାଦ ଏହି ପୀଠର ଆଧ୍ୟାତ୍ମିକ ବାତାବରଣ କୁ ବହୁଗୁଣିତ କରିଥିଲା।ଏହି ଯଞ ରେ ଜଗନ୍ନାଥ ପୋଢ ଓ ବିଷ୍ଣୁପ୍ରିୟା ପୋଢ,ନୀଳାଚଳ ସେଠୀ ଓ ରଶ୍ମିବାଳା ସେଠି , ସୁନାମତ ନାଏକ ଓ ସତ୍ୟଭାମା, ନିତ୍ୟାନନ୍ଦ କାଣ୍ଡ ଓ ପ୍ରମୋଦିନି କାଣ୍ଡ , ସ୍ୱାଧୀନ ଭୋଇ ଓ କଳ୍ପନା ଭୋଇ,ସୂର୍ଯ୍ୟନାରାୟଣ ସାହୁ ଓ ସିତା ସାହୁ କର୍ତ୍ତା ଭାବରେ ଅଂଶଗ୍ରହଣ କରିଥିଲେ ।ଏହି ଜୟନ୍ତୀ ରେ ସଭାପତି କରମଚାନ୍ଦ ମହାନ୍ତି ସମ୍ପାଦକ ଶୁବ୍ରତ ନାଗ ସହ ସମ୍ପାଦକ କୁଶଳେଶ୍ୱର ପୁଟେଳ ଆବାହକ ଭୁବନେଶ୍ବର ସାହୁ ଆବାହକ ଚ୍ୟୈତନ୍ୟ ବାଗ କୋଷାଧକ୍ଷ ଶ୍ରୀଧର ନାଏକ ଓ ଆଞ୍ଚଳିକ ପରିଚାଳନା କମିଟୀ ର ସମସ୍ତ କର୍ମକର୍ତ୍ତା,ଆଞ୍ଚଳିକ ପ୍ରବଚନ ମଣ୍ଡଳୀ ତଥା ଏହି ପୀଠର ପଡ଼ୋଶୀ ଗ୍ରାମ ର ସମସ୍ତ ଭକ୍ତବୃନ୍ଦ ସହଯୋଗ କରିଥିଲେ। ଏହି ଉତ୍ସବରେ ଶ୍ରୀମଦ ଭଗବତ ଗୀତା ପ୍ରଚାର କମିଟି ଓଡ଼ିଆ ର ସଦସ୍ୟ ବୃନ୍ଦ ଉପସ୍ଥିତ ରହି ପ୍ରଥମେ ଗୀତା ପ୍ରବଚନ କରିଥିଲେ ଓ ପରେ ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ସ୍କୁଲ ରୁ ଆସିଥିବା ୩୪ ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଶେଷରେ ପଣ୍ଡିତ ଅଭିମନ୍ୟୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ର ବହୁ ପଣ୍ଡିତ ଗଣ ଏହି ଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ