ବ୍ରହ୍ମପୁର,୧୭/୦୬(ପିପିଟି):ଆଜି ସକାଳ ସମୟରେ ଗିରିସୋଲା ଏନ.ଏଚ୍-୧୬ ଆର.ସୁମାଣ୍ଡି ଠାରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୃଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ସକାଳ ସମୟରେ ଏକ ଟ୍ରକ୍ ଆର.ସୁମାଣ୍ଡି ଜାତୀୟ ରାଜପଥ ରେ ପାର୍କିଂ କରିଥିବା ବେଳେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାଠ ବୋଝେଇ ଟ୍ରକ୍ ପାର୍କିଂ ଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଏବଂ ଆଉ ଗୋଟେ ଗ୍ୟାସ ଟ୍ୟାଙ୍କର ମଧ୍ୟ ଦୃଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ଜଣେ ହେଲ୍ପର ମୃତ୍ୟ ବରଣ କରିଥିବା ବେଳେ କାଠ ବୋଝେଇ ଟ୍ରକ ଡ୍ରାଇଭର ଆହତ ହୋଇଥିବା ଜଣା ପଡ଼ିଛି । ଆହତ ଡ୍ରାଇଭର କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଗୋଲାନ୍ଥରା ପୋଲିସ ଏବଂ ହାଇୱେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । କେଉଁ କାରଣରୁ ୩ ଟି ଟ୍ରକ୍ ଦୃଘଟଣା ହେଲା ସେ ଉପରେ ପୋଲିସର ତଦନ୍ତ ଚାଲିଥିବା ସୂଚନା ମିଳିଛି ।
(ରିପୋର୍ଟ- ଆରତ କୁମାର ହୋତା ।)
Next Post