ଗାଲେରୀ କଲେଜରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ।

0 150

ଭଞ୍ଜନଗର, ୨୭/୦୯(ପିପିଟି ):ଭଞ୍ଜନଗର ବ୍ଲକ ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ନୂତନ ଭାବେ ଯୋଗ ଦେଇ ଥିବା ଛାତ୍ରଛାତ୍ରୀ ଙ୍କୁ କଲେଜ ତରଫରୁ ସ୍ବାଗତ କରାଯାଇଛି। ଏହି ଉତ୍ସବରେ ସଭାପତି ରୂପେ, କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ସମ୍ମାନୀତ ଅତିଥି ଭାବେ ଇତିହାସ ବିଭାଗ ପ୍ରାଧ୍ୟାପକ ରଙ୍କନିଧି ପ୍ରଧାନ ଓ ବିରୁପାକ୍ଷ ସାହୁ ଯୋଗ ଦେଇଥିଲେ। ଛାତ୍ରୀ ଭାରତୀ ଗୌଡ ଅତିଥି ମାନଙ୍କୁ ସ୍ୱାଗତ ଓ ମନସ୍ମିତା ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଛାତ୍ର ରାଜେଶ କୁମାର ଦାଶ, ସମୀର ଗୌଡ ଓ ଶ୍ରୀକାନ୍ତ କୁମାର ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ଜଣାଇ ଥିଲେ। ଏହା ପରେ ମଞ୍ଚରେ ଉପସ୍ଥିତ ଅତିଥି ମାନେ ନବାଗତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସମୟାନୁବର୍ତ୍ତିତା, ଶାନ୍ତି ଶୃଙ୍ଖଳା ସହ ବିଦ୍ୟା ଅଧ୍ୟୟନ କରିବା ଏବଂ କଲେଜର ଶୈକ୍ଷିକ ବାତାବରଣକୁ ବଜାୟ ରଖି ନିଜ ଅଭିଭାବକମାନଙ୍କ ସ୍ୱପ୍ନ ସାକାର କରି କଲେଜର ଗର୍ବ ଗୌରବକୁ ବହୁଗୁଣିତ କରିବା ପାଇଁ ଉପଦେଶ ପ୍ରଦାନ କରିଥିଲେ। ନୂତନ ଭାବେ ଅଣ ଶିକ୍ଷକ ରୂପେ ଯୋଗଦେଇ ଥିବା ପ୍ରଶାନ୍ତ କୁମାର ଗୌଡଙ୍କୁ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଉପଢୌକନ ଦେଇ ସ୍ଵାଗତ ଜଣାଇ ଥିଲେ। ଅଧ୍ୟାପକ ଦୁର୍ଗା ମାଧବ ଦାଶ ବେଦପାଠ କରିଥିବା ବେଳେ ପବିତ୍ର, ଶ୍ରୀକାନ୍ତ, ରୁଦ୍ର ନାରାୟଣ,ଭାରତୀ, ଝୁଲି, ଆକାଶ, ରାକେଶ ଓ ଅନ୍ୟମାନେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.