ଗାଈ ବେକରେ ରେଡିୟମ ବେଲ୍ଟ ବାନ୍ଧିଲେ ବିଜେପି ଯୁବ ସଂଗଠକ ।

0 191

ବାଲିଗୁଡା, ୨୩/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ର ୫୯ନଂ.ଜାତୀୟ ରାଜପଥ ଉପରେ ଦିନ ରାତି ତମାମ କବଜା କରି ରଖିଥିବା ଗାଈ ଗୋରୁ ମାନେ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହ ଦୁର୍ଘଟଣା ର ଶିକାର ହେଉଥିବା ବିଷୟ କୁ ନଜରରେ ରଖି ସ୍ଥାନୀୟ ବିଜେପି ଯୁବ ସଂଗଠକ ତଥା ୮ନଂ. ୱାର୍ଡ଼ ର ବୁଥ୍ ମଣ୍ଡଳ ସଭାପତି ଆଶିଷ କୁମାର ମହାପାତ୍ର ନିଜେ ଜାତୀୟ ରାଜପଥ ରେ ଶୋଇ ରହିଥିବା ପ୍ରାୟ ୨୦୦ରୁ ଉର୍ଦ୍ଧ ଗାଈ ଗୋରୁ ଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧି ପ୍ରଶଂସା ସାଉଁଟି ପାରିଛନ୍ତି । ବର୍ତ୍ତମାନ ଏହା ବାଲିଗୁଡା ଓ କ. ନୂଆଗାଁ ବ୍ଲକ ର ବିଭିନ୍ନ ଅଞ୍ଚଳ କାର୍ଯ୍ୟକାରୀ କରାଯାଇଥିବା ବେଳେ ଆଗାମୀ ଦିନରେ ଏହା ଅନ୍ୟ ବ୍ଲକ ଅଞ୍ଚଳ ରେ କାର୍ଯ୍ୟକାରୀ କରାଯିବା ସହ ଏହି ଅଞ୍ଚଳ ରେ ଏକ ଗୋ-ଶାଳା ନିର୍ମାଣ କରିବା ପାଇଁ ଯୋଜନା ରଖିଥିବା ଜଣାପଡିଛି ଯାହାକି, ରାତ୍ର କାଳୀନ ସମୟରେ ଦ୍ରୁତ ଗତିରେ ଆସୁଥିବା ଯାନବାହାନ ଗୁଡିକୁ ଗାଈ ବେକରେ ବନ୍ଧା ଯାଇଥିବା ବେଲ୍ଟ ଯୋଗୁଁ ନିଶ୍ଟିତ ଭାବେ ଦୁର୍ଘଟଣା ରୁ କିଛି ଟା ବର୍ତ୍ତି ପାରିବେ ବୋଲି ଶ୍ରୀ ମହାପାତ୍ର ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଯେଉଁ ଗାଈ ଗୋରୁ ମାନେ ଆମ ଅଞ୍ଚଳ ର ଜାତୀୟ ରାଜପଥ ଉପରେ ଶୋଇ ରହୁଛନ୍ତି, ସେହି ଗାଈ ମାଲିକ ମାନେ ନିଜ ନିଜ ଘରେ ବାନ୍ଧି ରଖନ୍ତୁ, ନିଶ୍ଚିତ ଦୁର୍ଘଟଣା ରୁ ମୁକୁଳିପାରିବ । ଶ୍ରୀ ମହାପାତ୍ର ଙ୍କ ଏଭଳି ମହତ କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.