ଗାଈମାନଙ୍କୁ ଟୀକାକରଣ ।

0 217

ବେଲଗୁଣ୍ଠା,୦୫/୦୮(ପିପିଟି):ଗାଙ୍ଗପୁର ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଥିବା ସମସ୍ତ ଏଲ୍ଏସି ତଥା କେ ନୂଆଁଗଡ଼,ଗୋବରା, ନେଟେଙ୍ଗା,କାଳିଆଗୁଡ଼ା ସମେତ ଗାଙ୍ଗପୁର ପଂଚାୟତର ଗାଙ୍ଗପୁର,ବୋରୀ,କୁମୁଣ୍ଡି,ଚଢିଆପଲ୍ଲୀ,ଗୋପନଗର ଗ୍ରାମରେ ଗାଈ ମାନଙ୍କୁ ଚର୍ମବିଣ୍ଡି ରୋଗର ପ୍ରତିଶେଧକ ଟୀକାକରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଗାଙ୍ଗପୁର ପ୍ରାଣୀ ଚିକିତ୍ସାଳୟ ଆନୁକୂଲ୍ୟରେ ଅଞ୍ଚଳର 2000 ରୁ ଊର୍ଦ୍ଧ୍ଵ ଗାଈଙ୍କୁ ଏହି ଟୀକାକରଣ କରାଯାଇଛି । ରୋଗର ନିରାକରଣ ନିମନ୍ତେ ନିୟମିତ ଟୀକାକରଣ ସହିତ ଗାଈଗୋରୁ ଏବଂ ଗୁହାଳକୁ ପରିଷ୍କାର ରଖିବା ନିମନ୍ତେ ପ୍ରାଣୀ ଚିକିତ୍ସକ ଡାକ୍ତର ଅବିନାଶ ସାହୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଚର୍ମବିଣ୍ଡି ଏକ ସଂକ୍ରାମକ ରୋଗ ହୋଇ ଥିବାରୁ ସଂକ୍ରମିତ ଗାଈଙ୍କୁ ମେଳକୁ ନ ଛାଡ଼ିବା ପାଇଁ ଡ଼ାକ୍ତର ଶ୍ରୀ ସାହୁ ଲୋକଙ୍କୁ ପରାମର୍ଶ ଦେଇଥିଲେ । ଆଜି ଗାଙ୍ଗପୁର ପଂଚାୟତର ଗୋପନଗର ଗ୍ରାମରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ ଏବଂ ଡ଼ାକ୍ତର ଅବିନାଶ ସାହୁଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସାଳୟ କର୍ମଚାରୀ ସୁନୀଲ୍ କୁମାର ପାଣିଗ୍ରାହୀ ଗାଈଙ୍କୁ ଟୀକାକରଣ କରିଥିଲେ । ତିନି ମାସରୁ ଊର୍ଦ୍ଧ୍ୱ ବୟସର ଗାଈଙ୍କୁ ଏହି ଟୀକାକରଣ କରାଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ପ୍ରାଣୀ ଚିକିତ୍ସକ ଡାକ୍ତର ଅବିନାଶ ସାହୁ ସୂଚନା ଦେଇଛନ୍ତି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.