ଗାଁ ମହିଳାଙ୍କୁ ମିଠା ଓ ଶାଢ଼ୀ ବାଣ୍ଟି ଦୀପାବଳି ପାଳିଲେ ସାଂସଦ ଓ ବିଧାୟକ ।

0 224

ପିପିଲି,୩୧/୧୦:ଗାଁ ମହିଳାଙ୍କ ସହ ଦୀପାବଳୀ ପାଳିଛନ୍ତି ପୁରୀ ସାଂସଦ ଓ ପିପିଲି ବିଧାୟକ । ସାଂସଦ ଡା ସମ୍ବିତ ପାତ୍ର ଓ ବିଧାୟକ ଆଶ୍ରିତ ପଟ୍ଟନାୟକ ପିପିଲି ବ୍ଲକ ଦୁର୍ଗାଦାଶପୁର ପଞ୍ଚାୟତ ଅନ୍ତର୍ଗତ ଠଣଠଣା ଗ୍ରାମର ଦଳିତ ସାହିର ଶତାଧିକ ମହିଳାଙ୍କ ସହ ଆଲୋକର ପର୍ବ ଦୀପାବଳି ପାଳି ଖୁସି ମନାଇଛନ୍ତି । ଏହି ପର୍ବରେ ଅଧିକ ଖୁସି ଆଣିବା ପାଇଁ ପ୍ରାୟ ୨୦୦ ଦଳିତ ମହିଳାଙ୍କୁ ଶାଢ଼ୀ ବଣ୍ଟନ କରିଥିଲେ । ସମସ୍ତଙ୍କୁ ନିଜ ହାତରେ ମିଠା ଖୁଆଇ ଖୁସି ବାଣ୍ଟିଛନ୍ତି ଉଭୟ ସାଂସଦ ଓ ବିଧାୟକ । ଗୁରୁବାର ଅପରାହ୍ନରେ ଉଭୟେ ଜେନା ସାହି, ସେଠି ସାହି ଓ ବେଲପୋଖରୀ ସାହିରେ ପହଁଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଉଭୟଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା । ସେଠାରେ ଉଭୟେ ୨୦୦ ରୁ ଉର୍ଦ୍ଧ୍ବ ମହିଳାଙ୍କୁ ନୂଆ ଶାଢ଼ୀ ଓ ମିଠା ପ୍ୟାକେଟ ବଣ୍ଟନ କରିଥିଲେ । ଯେଉଁମାନେ ଅନୁପସ୍ଥିତ ଥିଲେ ସେମାନଙ୍କ ପାଇଁ ସ୍ଥାନୀୟ ପ୍ରତିନିଧିଙ୍କ ଜରିଆରେ ପହଞ୍ଚାଇବାକୁ ବ୍ୟବସ୍ଥା ମଧ୍ୟ କରିଥିଲେ । ତେବେ ନିର୍ବାଚନ ପୂର୍ବରୁ ଡାକ୍ତର ସମ୍ବିତ୍ ପାତ୍ର ଗାଁ ଲୋକଙ୍କ ସହ ଦୀପାବଳି ପାଳି ଆସୁଥିବା ବେଳେ ସାଂସଦ ହେବା ପରେ ମଧ୍ୟ ସେ ଏହି ଧାରା ବଜାୟ ରଖିଥିବା ଲୋକେ କହିଛନ୍ତି । ସେପଟେ ସ୍ଥାନୀୟ ବିଧାୟକ ସର୍ବଦା ସାଧାରଣ ଜନତାଙ୍କ ଦୁଃଖ ସୁଖରେ ଠିଆ ହୋଇ ସହଯୋଗ କରି ଆସୁଥିଲା ବେଳେ ପର୍ବପର୍ବାଣୀ ସମୟରେ ପିପିଲି ଓ ଡେଲାଙ୍ଗ ବ୍ଲକର କେଉଁଠି ନାଁ କେଉଁଠି ଲୋକଙ୍କ ଗହଣରେ ହିଁ ପାଳିଥାନ୍ତି ବୋଲି ସ୍ଥାନୀୟ ବିଜେପି ନେତାମାନେ ପ୍ରକାଶ କରିଛନ୍ତି । ପୂର୍ବରୁ ନିର୍ବାଚିତ ସାଂସଦଙ୍କ ଦେଖା ମିଳୁନଥିବା ବେଳେ ଏଵେ ସାଂସଦ ଆସି ଲୋକଙ୍କ ଗହଣରେ ପହଞ୍ଚି ସମସ୍ୟା ବୁଝିବା ସହ ପର୍ବ ପର୍ବାଣୀରେ ଖୁସି ବାଣ୍ଟିବା ଘଟଣାକୁ ପ୍ରଶଂସା କରିଛନ୍ତି ବିଧାୟକ ଆଶ୍ରିତ ପଟ୍ଟନାୟକ ।

Leave A Reply

Your email address will not be published.