ଗାଁ ଠାରୁ ସହର ରାମ ହିଁ ରାମ ।

0 0

ବୋଲଗଡ଼,୨୭/୩(ପିପିଟି):ଚୈତ୍ର ନବରାତ୍ରୀଙ୍କ ଶେଷ ଦିନକୁ ରାମ ନବମୀ ଭାବରେ ପାଳନ କରାଯାଏ। କାରଣ ଏହା ଭଗବାନ ଶ୍ରୀରାମଙ୍କ ଜନ୍ମଦିନ । ପୁରାଣ ଶାସ୍ତ୍ର ଅନୁଯାୟୀ, ଭଗବାନ ରାମ ଚୈତ୍ର ମାସର ଶୁକ୍ଳ ପକ୍ଷର ନବମୀ ତିଥି ଏବଂ ପୁଷ୍ପ ନକ୍ଷତ୍ର ଦିନ ପୃଥିବୀରେ ଅବତାରିତ ହୋଇଥିଲେ। ଧର୍ମୀୟ ଭାବନା ଓ ବିଶ୍ୱାସ ଅନୁଯାୟୀ ଭଗବାନ ରାମ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ ତ୍ରେତୟା ଯୁଗରେ ପୃଥିବୀରେ ଅସୁରମାନଙ୍କର ଉତ୍ପାତ ବଢିବାରେ ଲାଗିଥିଲା, ଅସୁରମାନେ ଋଷି ମୁନୀମାନଙ୍କର ଯଜ୍ଞ ଭାଙ୍ଗ କରୁଥିଲେ । ପୃଥିବୀରେ ଅସୁରଙ୍କ ବିନାସ ପାଇଁ ଭଗବାନ ବିଷ୍ଣୁ ଶ୍ରୀରାମ ଅବତାରରେ ଅବତାରିତ ହୋଇଥିଲେ। ଧର୍ମ ପ୍ରତିଷ୍ଠା କରିବା ପାଇଁ ଭଗବାନ ଶ୍ରୀରାମ ତାଙ୍କ ଜୀବନସାରା ବହୁ କଷ୍ଟ ସହିଥିଲେ ଏବଂ ନିଜକୁ ଜଣେ ଆଦର୍ଶ ପୁରୁଷ ଭାବେ ପ୍ରତିଷ୍ଠିତ କରିଥିଲେ । ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ କୁହାଯାଏ । ସବୁଠାରୁ କଠିନ ପରିସ୍ଥିତିରେ, ଶ୍ରୀରାମ ଧର୍ମ ତ୍ୟାଗ କରିନଥିଲେ । ଏହି ସମସ୍ତ ଗୁଣ ହେତୁ ସେ ଶ୍ରେଷ୍ଠ ବ୍ୟକ୍ତିଙ୍କ ନାମ ପାଇଲେ ଏବଂ ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଗଲା। ସେବେଠାରୁ ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୁପେ ପରିଚିତ। ଏହି ଦିନ ଶ୍ରୀ ରାମଚନ୍ଦ୍ର ଙ୍କର ଜନ୍ମୋତ୍ସବ ପାଳନ କରାଯାଇଥାଏ। ଶ୍ରଦ୍ଧାଳୁ ଭକ୍ତ ମାନେ ରାମ ନବମୀ ଦିନ ଭଗବାନ ରାମଙ୍କୁ ବିଶେଷ ପାର୍ଥନା କରିଥାନ୍ତି। ଯାହାକି ଗାଁ ଠାରୁ ସହର କେବଳ ରାମ ହିଁ ରାମ, ରାମ ମୟ ହୋଇ ଉଠିଥାଏ ପରିବେଶ। ପବିତ୍ର ଶ୍ରୀରାମ ନବମୀ ଅବସରରେ ବୋଲଗଡ଼ ର ପ୍ରତେକ ରାମ ମନ୍ଦିର ଓ ହନୁମାନ ଙ୍କ ମନ୍ଦିର ରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ଗହଳି ଲାଗିରହିଥିବା ବେଳେ ଅନ୍ୟ ପଟେ ଗ୍ରାମରେ ମାନସିକ ଧାରି ମାନେ ରାମଲୀଳା ପାଇଁ ଶୁଭଖୁଣ୍ଟି ପଡ଼ିବା ଠାରୁ ରାମ ଭକ୍ତ ମାନଙ୍କ ଶୋଭା ଯାତ୍ରା ଆୟୋଜନ କରିବା ସହିତ ଏପଟେ ଆମ ପରମ୍ପରା ରେ ପଖଜ ଓ ଗିନି ର ଶଦ୍ଦ ସହ ରାମଲୀଳା ଗୀତର ଆସର ଯାହା କି ଭାବମୟ ପରିବେଶ ସୃଷ୍ଟି କରିଛି। ଯାହା କି ଶ୍ରୀରାମ ନବମୀ ଠାରୁ ୧୫ଦିନ ପର୍ଯ୍ୟନ୍ତ ଏହି ରାମଲୀଳା ପଠନ କରାଯାଇଥାଏ। ଏବଂ କେଉଁ କେଉଁ ସ୍ଥାନରେ ନଅ ଦିନ ବ୍ୟାପୀ ଭଜନ କୀର୍ତ୍ତନ ସହିତ ରାମଚରିତ ମାନସ ପାଠ କରାଯାଏ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.