ଗାଁ ଗହଳିରେ ଥିବା ଦୋକାନ ଠାରୁ ବଜାର ପର୍ଯ୍ୟନ୍ତ ପରିବା ଦର ସୀମା ଟପୁଛି।

0 70

ବୋଲଗଡ଼,୧୮/୦୬(ପିପିଟି):ବୋଲଗଡ଼ ବଜାର,ରାଜସୁନାଖଳା ବଜାର, ପିଚୁକୁଳି ବଜାର,ନିକଟରେ ଥିବା କଳାପଥର ବଜାର, ଭାପୁରବଜାର ସହିତ ରଣପୁର ବଜାର ଭଳି ମୁଖ୍ୟ ସ୍ଥାନ ଏପରିକି ଗାଁ ଗହଳିରେ ଥିବା ଦୋକାନ ମାନଙ୍କରେ କିଛି ଦିନ ହେଲା ପନିପରିବା ଦର ସୀମା ଟପିଲାଣି। ବଜାରରେ ଆଳୁ, ପିଆଜ, ଡାଲି, ତେଲ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ର ଦର ଦିନ କୁ ଦିନ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ କୁ ପରିବା ଦର ସାଧାରଣ ଖାଉଟିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେଲାଣି।କି.ଗ୍ରା ପ୍ରତି ଦର କ୍ରମରେ ଆଳୁ ୩୦ଟଙ୍କା, ଟମାଟ ଓ କାଙ୍କଡ ୮୦ଟଙ୍କା, ଫୁଲକୋବି ୫୦ରୁ ୭୦ଟଙ୍କା, ପୋଟଳ, ସଜନାଛୁଇଁ, ଝୁଡଙ୍ଗ ୫୦ଟଙ୍କା,ଦେସୀଆଳୁ,ସାରୁ,ବନ୍ଧାକୋବି,କଦଳୀ,ପିଆଜ,ଜହ୍ନି,କୁନ୍ଦୁରି,ଭେଣ୍ଡି,କାକୁଡି ୫୦ଟଙ୍କା ଉପର କୁ ଟପି ଥିବା ବେଳେ କଖାରୁ, ବିଟ, ଗାଜର, ବାଇଗଣ ଓ ଅମୃତଭଣ୍ଡା ଭଳି ପରିବାର କେତେବେଳେ କେଉଁ ମୂଲ୍ୟ ତାହା ତାରତମ୍ୟ ରହୁନାହିଁ। ସେପଟେ ଅଦା ୨୦୦ ଟଙ୍କା, ରସୁଣ ୧୪୦ ଟଙ୍କା, କଞ୍ଚା ଲଙ୍କା ୧୦୦ ଉପରକୁ ଡେଇଁଲାଣି। ଧନିଆ ପତ୍ର, ଶାଗ ଭଳି ବିଡା ହିସାବରେ ନମିଳି ଓଜନ ହିସାବରେ ବିକ୍ରି ହେଉଛି। ବର୍ତ୍ତମାନ ସ୍ଥିତିରେ ଦରଦାମ ଯାହା ହେଉଛି ଯାହା ଫଳରେ ଗରୀବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ପନି ପରିବା କଣିକା ବେଳକୁ ଖୁବ ବାଧୁଛି। ପନିପରିବା ନିୟନ୍ତ୍ରଣ ପାଇଁ ପ୍ରଶାସନିକ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉନଥିବା ଦେଖାଯାଉଛି। ଅନ୍ୟ ପକ୍ଷରେ ସ୍ଥାନୀୟ ପରିବାଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାହାରୁ ଆସୁଥିବା ପରିବା ଉପରେ ବ୍ୟବସାୟୀ ମାନେ ନିର୍ଭର କରିବାକୁ ପଡୁଛି। ଆଉ କିଛି ମୁନାଫାଖୋର ବ୍ୟବସାୟୀ ପରିବା ବଜାରକୁ ନିଜ କବଜାରେ ରଖିଛନ୍ତି। ସେମିତି ଦେଖିବାକୁ ଗଲେ ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି ସମସ୍ତ ବଜାର ଗୁଡିକରେ ଦର ତାଲିକା ମାରି ନିଜ ନିଜ ବଜାରରେ ପରିବା ଦରକୁ ନିଜ ନିଜର ନିୟନ୍ତ୍ରଣ ରେ ରଖିଥାନ୍ତି। ଏ ଦିଗରେ କେହି ମୁଣ୍ଡ ନପୁରେବା ଓ ଏସବୁ ର କାରଣ ନେଇ ସରକାରଙ୍କ ଉପରେ କେବଳ ଦୋଶଲାଦା ଚାଲିଛି। ତେବେ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.